କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ ଅନ୍ୟାନ ଦାନ ସାମଗ୍ରୀ ଦୁର୍ବୃତ୍ତ ଲୁଟିନେଇଛନ୍ତି।

ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଯାଇ ନ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟକ୍ଷମ ନାହିଁ ବୋଲି ଜଣାପଡ଼ିଛି। ନଚେତ୍‌ ସିସିଟିଭିରେ ଚୋରି ଦୃଶ୍ୟ କଏଦ ହୋଇଥାନ୍ତା ବୋଲି ଭକ୍ତମାନେ ମତବ୍ୟକ୍ତ କରିଛନ୍ତି।