ବିଚାରପତିଙ୍କ ଘରୁ ଚୋରି

କେନ୍ଦୁଝର,୧୯ା୩ : କେନ୍ଦୁଝର ସହର ନୂଆସାହିରେ ରହୁଥିବା ଜଣେ ବିଚାରପତିଙ୍କ ଘରୁ ମୋବାଇଲ ଫୋନ ଓ ଲ୍ୟାପଟପ୍‌ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚୋରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି ନାହିଁ। ଏନେଇ କେନ୍ଦୁଝର ଏସ୍‌ଡିପିଓ ପ୍ରକାଶ ଜେମ୍ସ ଟପ୍ପୋ କହିଛନ୍ତି ଅଭିଯୋଗ ମିଳିବା ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଇଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।