ଦକ୍ଷେଶ୍ୱର ମନ୍ଦିରରୁ ଚୋରି

ଖୋର୍ଦ୍ଧା ଅଫିସ୍‌/ ବାଣପୁର, ୨୩ା୧୨ (ଡି.ଏନ୍‌.ଏ.):
ଖୋର୍ଦ୍ଧା ଜିଲା ବାଣପୁରର ଐତିହାସିକ ଶୈବପୀଠ ଶ୍ରୀଦକ୍ଷେଶ୍ୱର ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ୨୨ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏନେଇ ମଙ୍ଗଳବାର ପାଳିଆସେବକ ଶଙ୍କର ନାୟକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୩୯୬/୨୦) ରୁଜୁ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନା ଅନୁଯାୟୀ, ସବୁଦିନ ପରି ପାଳିଆସେବକ ଶଙ୍କର ମନ୍ଦିର ଖୋଲିବା ଲାଗି ମଙ୍ଗଳବାର ଭୋର ସାଢ଼େ ୫ଟାରେ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ମୁଖ୍ୟ ଫାଟକ ଖୋଲାଥିବା ବେଳେ ଗର୍ଭଗୃହ କବାଟ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ପରିସରରେ ରହିଥିବା ୩୧ଟି ମୂର୍ତ୍ତିି ମଧ୍ୟରୁ ୨୨ଟି ମୂର୍ର୍ତ୍ତି ନ ଥିବା ଦେଖିଥିଲେ। ଚୋରି ହୋଇଥିବା ମୂର୍ତ୍ତିଗୁଡ଼ିକ ମଧ୍ୟରେ ମା’ କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ୱର ଦେବ ଓ ଚନ୍ଦ୍ରଶେଖର, ଲକ୍ଷ୍ମୀ, ସରସ୍ବତୀ ଓ ଗଣେଶ ଆଦିି ଦେବଦେବୀଙ୍କ ପ୍ରତିମୂର୍ତ୍ତି ରହିଛି। ଏନେଇ ସେ ସଙ୍ଗେ ସଙ୍ଗେ ଦେବୋତ୍ତର କମିଟିକୁ ଜଣାଇଥିଲେ। ଖବରପାଇ ଭୁବନେଶ୍ୱର ପ୍ରତ୍ନତତ୍ତ୍ୱ ବିଭାଗୀୟ ଅଧିକାରୀ, ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ବାଲୁଗଁା ଏସ୍‌ଡିପିଓ ସୁରେଶ ଦାଶ, ବାଣପୁର ତହସିଲଦାର ମନ୍ମଥ ବେହେରା, ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖାଯାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି। ଅନ୍ୟପଟେ ମନ୍ଦିରରୁ ମୂର୍ତ୍ତି ଚୋରି ନେଇ ବାଣପୁର ଐତିହ୍ୟ ସୁରକ୍ଷା ସମିତି ଏବଂ ଖୋର୍ଦ୍ଧା ଐତିହାସିକ ସମାଜର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି କୀର୍ତ୍ତିରାଜିର ପୁନରୁଦ୍ଧାର ଲାଗି ଦାବି କରିଛନ୍ତି।
ଐତିହ ବିଶାରଦ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କୁହନ୍ତି, ବାଣପୁରସ୍ଥ ଦକ୍ଷେଶ୍ୱର ମନ୍ଦିରର ଭାସ୍କର୍ଯ୍ୟ ପ୍ରତ୍ନତତ୍ତ୍ୱ ଦୃଷ୍ଟିରୁ ଓଡ଼ିଶାରେ ପ୍ରଖ୍ୟାତ। ସପ୍ତରଥ ଶୈଳୀରେ ନିର୍ମିତ ଏହି ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଅତି ମନୋରମ। ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‌ ଥୋମାସ୍‌ ଡୋନାଲ୍ଡ ସନ୍‌ ତାଙ୍କର ରଚିତ ହିନ୍ଦୁ ଟେମ୍ପୁଲ ଆକ୍ଟ ଇନ୍‌ ଓଡ଼ିଶା ଗ୍ରନ୍ଥରେ, ବିଶିଷ୍ଟ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦି ହିଷ୍ଟ୍ରି ଅଫ୍‌ ଓରିସା ଗ୍ରନ୍ଥ ଏବଂ ଐତିହାସିକ ବ୍ରଜବନ୍ଧୁ ଦାସ ବାଣପୁର ଇତିହାସ ଗ୍ରନ୍ଥରେ ଦକ୍ଷ ପ୍ରଜାପତିଙ୍କ ମନ୍ଦିର ସମ୍ପର୍କରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି। ମନ୍ଦିରରେ ରହିଥିବା ମୂର୍ତ୍ତିଗୁଡ଼ିକ ଅତି ପ୍ରାଚୀନ ଏବଂ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ କୋଟି କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ମନ୍ଦିରରୁ ମୂର୍ତ୍ତି ଚୋରି ହେବା ଦୁଃଖଦାୟକ ଘଟଣା। ଏହାର ପୁନରୁଦ୍ଧାର ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri