ପ୍ରାଥମିକ ସ୍କୁଲରୁ ଚୋରି, ଥାନାରେ ଏତଲା

କଣ୍ଟାବାଞ୍ଜି, ୧୧ା୮(ଡି.ଏନ.ଏ.)
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ କୁକୁଡ଼ାହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ରବିବାର ରାତିରେ ଚୋରି ହୋଇଛି। ପ୍ରଧାନଶିକ୍ଷକ ଶଶୀଧର ନିଆଲ ପରିଚାଳନା କମିଟି ସଦସ୍ୟଙ୍କ ସହିତ ସୋମବାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ୯ଟି ପଙ୍ଖା, ୨ଟି ସମରସିବୁଲ ମୋଟର, ପାଇପ, ସାଢ଼େ ତିନି ବସ୍ତା ଏମ୍‌ଡିଏମ୍‌ ଚାଉଳ, କ୍ୱାରାଣ୍ଟାଇନ ସେଣ୍ଟରର ଗଦି, ବେଡଶିଟ, ତକିଆ, ୨୦ଟି ବାଲ୍‌ଟି, ମଗ ଓ ପ୍ରତ୍ୟେକ ଶ୍ରେଣୀଗୃହରେ ଲାଗିଥିବା ଇଲେକ୍ଟ୍ରିକ ବଲ୍‌ବ ଚୋରି ହୋଇଥିବା ଉଲ୍ଲେଖ କରାଯାଇଛି। ଏ ନେଇ ଏକ ମାମଲା(ନଂ.୧୭୫/୨୦) ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଥିବା ଆଇଆଇସି ସତ୍ୟଜିତ କାଣ୍ଡେଲକର କହିଛନ୍ତି।