ଗୋଟିଏ ରାତିରେ ଏକାଧିକ ଦୋକାନ, ଘରୁ ଚୋରି

ବ୍ରହ୍ମପୁର ଅଫିସ,୧୨।୬: କିଛି ଦିନର ନୀରବତା ପରେ ସହରରେ ପୁଣି ଚୋରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଏକ ଚୋର ଗ୍ୟାଙ୍ଗ ଶନିବାର ରାତିରେ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଏକାଧିକ ଦୋକାନରୁ ଚୋରି କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଚୋରମାନେ ଦୋକାନ ତାଲା ଭାଙ୍ଗି ଭିତରକୁ ପଶି ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ନେଇଯାଇଛନ୍ତି। ସେହିପରି ବୈକୁଣ୍ଠନଗରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଖବରପାଇ ବୈଦ୍ୟନାଥପୁର ଥାନା ପୋଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ଆପୋଲୋ ଫାର୍ମାସୀ ଓ ସାହିଲ ଏଜେନ୍ସି ନାମକ ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଆପୋଲୋ ଫାର୍ମାସୀରୁ ନଗଦ ୫୦ ହଜାର ଟଙ୍କା ସହ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କିଛି ଖାଦ୍ୟ ପ୍ୟାକେଟ ଚୋରି ହୋଇଛି। ଚୋର ଗ୍ୟାଙ୍ଗ ଶନିବାର ରାତି ୨ଟା ୪୫ରେ ଦୋକାନ ତାଲା ଭାଙ୍ଗି ଭିତରକୁ ପଶିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଏହାପରେ ସେମାନେ କିଛି ଦୂରରେ ଥିବା ସାହିଲ ଏଜେନ୍ସିର ତାଲା ଭାଙ୍ଗି ତେଲ ବୋତଲ, ଟ୍ରାକ୍‌ସୁଟ, ବ୍ୟାଗ୍‌ ଆଦି ଜିନିଷ ଚୋରି କରି ନେଇଛନ୍ତି। ଏହି ଦୁଇ ଦୋକାନ ନିକଟରେ ଥିବା ରାଜ ବାର୍‌ ଓ ଏକ ଔଷଧ ଦୋକାନରୁ ଚୋରି ଉଦ୍ୟମ ହୋଇଥିଲେ ମଧ୍ୟ ଚୋର ଦଳ ସେଥିରେ ସଫଳ ହୋଇପାରି ନ ଥିଲେ। ସକାଳେ ସ୍ଥାନୀୟ ଲୋକେ ଦୋକାନ ତାଲା ଭଙ୍ଗା ଯାଇଥିବା ଦେଖି ଦୋକାନ ମାଲିକଙ୍କୁ ସୂଚନା ଦେଇଥିଲେ। ଦୋକାନ ମାଲିକ ପହଞ୍ଚି ବୈଦ୍ୟନାଥପୁର ଥାନା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।

ସେହିପରି ବୈକୁଣ୍ଠନଗରସ୍ଥିତ ଏକ ବସ୍ତିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟ ୫୦ ହଜାର ସହ କିଛି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୧୫ ଦିନ ତଳେ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ସାହିଲ ଏଜେନ୍ସିରୁ ନଗଦ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିଲା। ୨ ସପ୍ତାହ ମଧ୍ୟରେ ସାହିଲ ଏଜେନ୍ସିରୁ ଦ୍ୱିତୀୟ ଥର ଚୋରି ହୋଇଥିବାରୁ ମାଲିକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡାକଡା କରାଯାଉ ନ ଥିବାରୁ ଚୋରି ବଢ଼ିବାରେ ଲାଗିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri