ଗୋଟିଏ ରାତିରେ ଏକାଧିକ ଦୋକାନ, ଘରୁ ଚୋରି

ବ୍ରହ୍ମପୁର ଅଫିସ,୧୨।୬: କିଛି ଦିନର ନୀରବତା ପରେ ସହରରେ ପୁଣି ଚୋରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଏକ ଚୋର ଗ୍ୟାଙ୍ଗ ଶନିବାର ରାତିରେ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଏକାଧିକ ଦୋକାନରୁ ଚୋରି କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଚୋରମାନେ ଦୋକାନ ତାଲା ଭାଙ୍ଗି ଭିତରକୁ ପଶି ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ନେଇଯାଇଛନ୍ତି। ସେହିପରି ବୈକୁଣ୍ଠନଗରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଖବରପାଇ ବୈଦ୍ୟନାଥପୁର ଥାନା ପୋଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ଆପୋଲୋ ଫାର୍ମାସୀ ଓ ସାହିଲ ଏଜେନ୍ସି ନାମକ ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଆପୋଲୋ ଫାର୍ମାସୀରୁ ନଗଦ ୫୦ ହଜାର ଟଙ୍କା ସହ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କିଛି ଖାଦ୍ୟ ପ୍ୟାକେଟ ଚୋରି ହୋଇଛି। ଚୋର ଗ୍ୟାଙ୍ଗ ଶନିବାର ରାତି ୨ଟା ୪୫ରେ ଦୋକାନ ତାଲା ଭାଙ୍ଗି ଭିତରକୁ ପଶିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଏହାପରେ ସେମାନେ କିଛି ଦୂରରେ ଥିବା ସାହିଲ ଏଜେନ୍ସିର ତାଲା ଭାଙ୍ଗି ତେଲ ବୋତଲ, ଟ୍ରାକ୍‌ସୁଟ, ବ୍ୟାଗ୍‌ ଆଦି ଜିନିଷ ଚୋରି କରି ନେଇଛନ୍ତି। ଏହି ଦୁଇ ଦୋକାନ ନିକଟରେ ଥିବା ରାଜ ବାର୍‌ ଓ ଏକ ଔଷଧ ଦୋକାନରୁ ଚୋରି ଉଦ୍ୟମ ହୋଇଥିଲେ ମଧ୍ୟ ଚୋର ଦଳ ସେଥିରେ ସଫଳ ହୋଇପାରି ନ ଥିଲେ। ସକାଳେ ସ୍ଥାନୀୟ ଲୋକେ ଦୋକାନ ତାଲା ଭଙ୍ଗା ଯାଇଥିବା ଦେଖି ଦୋକାନ ମାଲିକଙ୍କୁ ସୂଚନା ଦେଇଥିଲେ। ଦୋକାନ ମାଲିକ ପହଞ୍ଚି ବୈଦ୍ୟନାଥପୁର ଥାନା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।

ସେହିପରି ବୈକୁଣ୍ଠନଗରସ୍ଥିତ ଏକ ବସ୍ତିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟ ୫୦ ହଜାର ସହ କିଛି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୧୫ ଦିନ ତଳେ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ସାହିଲ ଏଜେନ୍ସିରୁ ନଗଦ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିଲା। ୨ ସପ୍ତାହ ମଧ୍ୟରେ ସାହିଲ ଏଜେନ୍ସିରୁ ଦ୍ୱିତୀୟ ଥର ଚୋରି ହୋଇଥିବାରୁ ମାଲିକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡାକଡା କରାଯାଉ ନ ଥିବାରୁ ଚୋରି ବଢ଼ିବାରେ ଲାଗିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri