ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭

ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଠାରୁ ଲଘୁ ଖଣିଜ ଦ୍ରବ୍ୟର ଚୋରା ଉତ୍ପାଦନ ଜାରି ରହିଥିବା ଅଭିଯୋଗ ହେଉଛି। ଦୈନିକ ମଧ୍ୟରାତ୍ରିରେ ୩୦ରୁ ୪୦ ଟ୍ରିପ୍‌ ଚୋରା ଖଣିଜ ବିଭିନ୍ନ ସ୍ଥାନକୁ ପଠାଯାଉଛି। ମାସ ମାସ ଧରି ଏପରି କାରବାର ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ବେଳେ ତହସିଲ କି ଜିଲା ପ୍ରଶାସନ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ସରକାରୀ ପଥର କ୍ୱାରିକୁ ଶେଷଥର ପାଇଁ ୨୦୧୬ ମସିହାରେ ନିଲାମ ଦିଆଯାଇଥିଲା। ଏହାର ଅବଧି ୨୦୨୧ରେ ସରିବା କଥା। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହାକୁ ନବୀକରଣ କରିବାର ନିୟମ ରହିଛି। କିନ୍ତୁ କୌଣସି କାରଣବଶତଃ ଗୋଟିଏ ବର୍ଷ କମ୍‌ କରାଯାଇ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ (ଚାରି ବର୍ଷିଆ) ନିଲାମ ଦିଆଯାଇଥିଲା। ତେଣୁ ଗତ ମାର୍ଚ୍ଚ ୩୧ରୁ ଉକ୍ତ ସରକାରୀ କ୍ୱାରିର ନିଲାମ ଅବଧି ଶେଷ ହୋଇସାରିଛି। ନିୟମ ଅନୁସାରେ ଅବଧି ଶେଷ ହୋଇଥିବା ପଥର କ୍ୱାରିରେ କୌଣସି ପ୍ରକାର ବ୍ଲାଷ୍ଟିଂ କରାଯାଇ ପାରିବ ନାହିଁ କି ବାହାରୁଥିବା କଂକ୍ରିଟ୍‌, ବୋଲଡର ଆଦି ବାହାରେ ବିକ୍ରି ହୋଇପାରିବ ନାହିଁ। କିନ୍ତୁ ନିୟମ ଉଲ୍ଲଂଘନ କରାଯାଇ କ୍ୱାରିରୁ ଚୋରା ଉତ୍ପାଦନ ଜାରି ରଖାଯିବା ସହ ଚଢ଼ା ଦରରେ ଲଘୁ ଖଣିଜ ଦ୍ରବ୍ୟକୁ ବିକ୍ରି କରାଯାଉଛି। ବିଳମ୍ବିତ ରାତିରେ ନିୟମିତ ବ୍ଲାଷ୍ଟିଂ କରାଯାଇ ମଧ୍ୟରାତ୍ରରୁ ଭୋର୍‌ ମଧ୍ୟରେ ଟ୍ରକ୍‌, ଟ୍ରାକ୍ଟର ଯୋଗେ ଜିଲାର ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଛି। କିନ୍ତୁ ତହସିଲ ପ୍ରଶାସନ ଏଯାଏ ମୌନବ୍ରତ ଧାରଣ କରିଛି। ସ୍ଥାନୀୟ ରାଜସ୍ବ ଅଧିକାରୀ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରୁନାହାନ୍ତି। ଫଳରେ ଦିନକୁ ଦିନ ଚୋରା କାରବାର ବଢ଼ିବାରେ ଲାଗିଛି। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ପଛରେ କାହାର ହାତ ରହିଛି ତାହା ଖୋଜି ବାହାର କରିବାକୁ ଦାବି ହେଉଛି। ଅଭିଯୋଗ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି ଯେ, ଅବଧି ଶେଷ ପରେ କାହିଁକି ଏଭଳି କାର୍ଯ୍ୟ ହେଉଛି ତାହାର ଅନୁଧ୍ୟାନ କରାଯିବ। ପ୍ରମାଣ ମିଳିଲେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri