ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଚୋରି

କୋକସରା,୨୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଚୋରି କରିଥିବା ଜଣାପଡିଛି।

ଅଭିଯୋଗ ପରେ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାହକ ସେବା କେନ୍ଦ୍ରଟି କାଉଡୋଳା ଗ୍ରାମର ସବିତା ସାହୁଙ୍କ ନାମରେ ରହିଛି। କେନ୍ଦ୍ରରୁ ୧୩ ହଜାର ଟଙ୍କା ଚୋରି ହୋଇଥିବା ନେଇ ମାଲିକ ସବିତା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଘଟଣାରସ୍ଥଳରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏନେଇ ଆମପାଣି ପୋଲିସ ଏକ ମାମଲା(ନଂ.୯୮/୨୨) ରୁଜୁ କରିଛି। ତେବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂୂଚନା ଦେଇଛନ୍ତି।