ରାତିରେ ଚୋରି, ଦିନରେ ଲୁଟ୍‌

ଅନୁଗୋଳ ଅଫିସ, ୧୬।୫: ରାତିରେ ଦାମୀ ଘର ଦେଖି କରାଯାଉଛି ଟାର୍ଗେଟ୍‌। ଏପରି କି ଘର ଲୋକ ଥିଲେ ମଧ୍ୟ କୌଶଳ କରି କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ। ସେହିପରି ଦିନରେ ସହର ବଜାରରେ ବୁଲି ଦୁର୍ବୃତ୍ତମାନେ ବ୍ୟାଙ୍କ ଓ ବେପାରରୁ ଫେରୁଥିବା ଲୋକଙ୍କଠାରୁ ଲୁଟ୍‌ପାଟ କରୁଛନ୍ତି। ଟଙ୍କା ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଉଛନ୍ତି। କେହି ପ୍ରତିରୋଧ କଲେ ଆକ୍ରମଣ କରିବାକୁ ଏମାନେ ପଛାଉନାହାନ୍ତି। କିଛିଦିନ ହେଲା ଅନୁଗୋଳ ସହର ସମେତ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏପରି ଆପରାଧିକ କାର୍ଯ୍ୟ ବଢ଼ିଚାଲିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗତ ମାସକ ମଧ୍ୟରେ କେବଳ ଅନୁଗୋଳ ସହରରେ ୫ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ଅନୁଗୋଳ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୧୨ ତାରିଖରେ ଏୟାର କଣ୍ଡିଶନର ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ସେହିପରି ଏପ୍ରିଲ ୧୯ରେ ତାଳଚେର ଥାନା ଅଧୀନ ଏକ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ରଥଙ୍କ ବାଇକ୍‌ ଡିକି ଭାଙ୍ଗି ହାଟତୋଟା ନିକଟରୁ ୩ ଲକ୍ଷ ଟଙ୍କା ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ରେଙ୍ଗାଳି ଥାନା ବଜ୍ରକୋଟ ହାଟ ନିକଟରୁ ଗୁଣ୍ଡୁରି ଗ୍ରାମର ସୁଶାନ୍ତ ନନ୍ଦଙ୍କ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ୮ ହଜାର ଟଙ୍କା ନେଇଯାଇଥିଲେ। ହେମସୁରପଡ଼ାର ରଞ୍ଜନ ଦେହୁରୀଙ୍କ ଘରେ କେହି ନ ଥିବାବେଳେ ଦୁର୍ବୃତ୍ତମାନେ ସୁନା, ରୁପା ସହ ନଗଦ ଟଙ୍କା ଚୋରି କରିଥିଲେ। ଅନୁଗୋଳ ଡିଆଇସି ଛକରେ ରହୁଥିବା ସନ୍ଧ୍ୟାରାଣୀ ଦାସଙ୍କ ଘରେ ଗତ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ସୁନା, ରୁପା ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିଲେ। ୧୩ ତାରିଖରେ ମହୀଧରପୁର ହାଟ ସାରି ଫେରୁଥିବା କଞ୍ଜରା ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟ୍‌ କରାଯାଇଥିଲା। ବିକ୍ରମପୁର ଥାନା ଅଧୀନରେ ଥିବା ଏକ ସିମେଣ୍ଟ ଫ୍ୟାକ୍ଟ୍ରି ଓ ନିର୍ମାଣାଧୀନ ଘରୁ ଚୋରି ହୋଇଥିଲା। ନାଲ୍‌କୋ ଓ ବଅଁରପାଳ ଥାନା ଅଞ୍ଚଳରୁ ମଧ୍ୟ ଚୋରି ବଢ଼ୁଥିବା ଅଭିଯୋଗ ହେଉଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଜିଲାର ବିଭିନ୍ନ ଅଞ୍ଚଳରେ ଆପରାଧିକ କାର୍ଯ୍ୟ ଚଳାଇଥିବା ବେଳେ ତାହାକୁ ରୋକିବାରେ ପୋଲିସର ବିଫଳତା ଅସନ୍ତୋଷର କାରଣ ହୋଇଛି।

ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନାହିଁ
ପୋଲିସ ବିଭାଗର ଅନେକ କର୍ମଚାରୀ ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି। ନିଜ ସମ୍ପତ୍ତି ବୃଦ୍ଧିରେ ବ୍ୟସ୍ତ ରହୁଛନ୍ତି। କେବଳ ଏଥିପାଇଁ ସାଧାରଣ ଲୋକମାନେ ନ୍ୟାୟ ପାଇପାରୁନାହାନ୍ତି। ସ୍ବଚ୍ଛ ଭାବମୂର୍ତ୍ତି ସହ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଲେ ଜିଲାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିବ।
-ରଞ୍ଜନ ପାତ୍ର, ଅନୁଗୋଳ

ହୁଗୁଳା ପାଟ୍ରୋଲିଂ ଦାୟୀ
ପୂର୍ବରୁ ଅନୁଗୋଳର ଦୁଇଟି ବ୍ୟାଙ୍କରୁ ଡକାୟତି ହୋଇଛି। ଏଟିଏମ୍‌ରୁ ମଧ୍ୟ ଲୁଟ ଉଦ୍ୟମ ହୋଇଛି। ଚଳିତମାସରେ ହେମସୁରପଡ଼ାର ଦୁଇଟି ସ୍ଥାନରେ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇ ଦେଇଛନ୍ତି। ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ହୁଗୁଳା ପାଇଁ ଏଭଳି ଚୋରି ଓ ଲୁଟ୍‌ ବଢ଼ିଚାଲିଛି।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳ

ସ୍ପେଶାଲ ସ୍କ୍ବାଡ୍‌ ନିଷ୍କ୍ରିୟ
ଅନୁଗୋଳ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ହୁଗୁଳା ହୋଇପଡିଛି। କଡାକଡି ପାଟ୍ରୋଲିଂ କରାଯାଉନାହିଁ। ଏଭଳି କି ଏସ୍‌ପିଙ୍କ ଦ୍ୱାରା ଗଢ଼ାଯାଇଥିବା ସ୍ପେଶାଲ ସ୍କ୍ବାଡ୍‌ ମଧ୍ୟ ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛି। ଫଳରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଅପରାଧୀମାନେ ସକ୍ରିୟ ହୋଇଯାଇଛନ୍ତି।
-ଦିବ୍ୟଦର୍ଶୀ ବଳିଆରସିଂହ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri