୩୦୦ ସ୍ପିଡ୍‌ରେ ବାଇକ୍‌ ଚଳାଇ କରୁଥିଲେ ଭିଡିଓ, ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଜୀବନ ଗଲା

ଅଲୀଗଡ଼,୩ା୫: ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ବୁଧବାର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଅଗସ୍ତ୍ୟ ଭିଡିଓ କରିବା ପାଇଁ ତାଙ୍କ ରେସିଂ ବାଇକ୍‌ରେ ଆଗ୍ରା ଠାରୁ ଦିଲ୍ଲୀ ଯାଉଥିଲେ। ଏହି ସମୟରେ, ଯମୁନା ଏକ୍ସପ୍ରେସଓ୍ବେର ୪୭ ମାଇଲ ଦୂରରେ ତାଙ୍କ ବାଇକ ନିୟନ୍ତ୍ରଣ ହରାଇ ଡିଭାଇଡର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ୩୦୦ ସ୍ପିଡ୍‌ରେ ବାଇକ୍‌ ଚଳାଉଥିଲେ।

ଅଗସ୍ତ୍ୟ ଉତ୍ତରାଖଣ୍ଡର ଡେରାଡୁନରେ ରୁହନ୍ତି। ୟୁଟ୍ୟୁବ୍‌ରେ ତାଙ୍କର PRO RIDER 1000 ନାମକ ଏକ ୟୁଟ୍ୟୁବ୍‌ ଚାନେଲ ଥିଲା। ତାଙ୍କର କୋଟି କୋଟି ସବ୍‌ସ୍କ୍ରାଇବର ଥିଲେ। ଅଗସ୍ତ୍ୟ ପ୍ରାୟ ୧୬ ଘଣ୍ଟା ପୂର୍ବରୁ ୟୁଟ୍ୟୁବ୍‌ରେ ଏକ ଭିଡିଓ ବି ଅପ୍‌ଲୋଡ୍‌ କରିଥିଲେ। ସେ ଏଥିରେ କହିଥିଲେ, ମୁଁ ପ୍ରଥମଥର ପାଇଁ ୩୦୦ କିଲୋମିଟର ବାଇକ୍‌ ରେସିଂ କରିବାକୁ ଯାଉଛି। ଯାହା କେବେ ପୂର୍ବରୁ କରିନାହିଁ। ତାଙ୍କ ଭିଡିଓରେ ଫଲୋଅର୍ସମାନେ ସ୍ପିଡ୍‌ ବାଇକ୍‌ ନ ଚଳାଇବାକୁ ଚେତାବନୀ ବି ଦେଇଥିଲେ।

Share