ହରିଣ ଶିକାର କରିଥିବା ଯୁବକ ଗଲେ ଜେଲ୍‌

ଗଣିଆ,୧୨ା୧(ଡି.ଏନ.ଏ.): ହରିଣ ଶିକାର ଘଟଣାରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଚଢାଉ କରାଯାଇ ଜଣେ ଶିକାରୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ା ସମ୍ପୃକ୍ତ ଯୁବକ ହେଲେ ବେଣ୍ଟାପଡା ଗ୍ରାମର ଅଭିମନ୍ୟୁ ରଣା (୪୭) ା ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା ବନାଞ୍ଚଳ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ବୁଧବାର ସକାଳେ ବନକର୍ମଚାରୀମାନେ ଅଭିମନ୍ୟୁଙ୍କ ଘରେ ଚଢାଉ କରିଥିଲେ ା ଚଢାଉ ବେଳେ ବନ କର୍ମଚାରୀମାନେ ଏକ ହରିଣ ମୁଣ୍ଡ ସହ ୬୦ କେଜିର କଟା ମାଂସ , ହରିଣ ଚମଡା, ଗୋଟିଏ ସାଇକେଲ ଓ ଏକ କଟୁରୀ ଜବତ କରିଥିଲେ ା ବୁଧବାର ବନାଞ୍ଚଳ କାର୍ଯ୍ୟାଳୟରେ ଅଭିମନ୍ୟୁଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା ା ଗୁରୁବାର ଏକ ମାମଲା(ନଂ.୦୧/୨୦୨୩) ରୁଜୁ କରିବା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ା