Categories: କଟକ

ଚାରା ଲଗାଇ ସ୍ବାଧିନତା ଦିବସ ପାଳିଲେ ଯୁବଗୋଷ୍ଠୀ

କଣ୍ଟାପଡା,୧୫।୮(ଡି.ଏନ୍‌.ଏ.)-ସମଗ୍ର ଦେଶରେ ଶନିବାର ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଣ୍ଟାପଡା ବ୍ଲକ ଛେଦା ଗ୍ରାମର ଯୁବଗୋଷ୍ଠୀ ସାମାଜିକ ଦୂରତ୍ୱରଖି କଣ୍ଟାପଡା ତହସିଲ ପରିସରରେ ୧୦୫୦ଟି ଚାରା ରୋପଣ କରି ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଗ୍ରାମର ଶଙ୍କଟେଶ୍ୱର ଯୁବକ ସଂଘର ସଦସ୍ୟମାନେ ସକାଳୁ ଏକତ୍ରିତ ହୋଇ କଣ୍ଟାପଡା ତହସିଳ କାର୍ଯ୍ୟାଳୟରେ ପହଞ୍ଚି ଚାରାରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାପଡା ଅତିରିକ୍ତ ତହସିଲଦାର ଶୁଭ୍ରାଶୁଂ ସାହୁ, କଣ୍ଟାପଡା ବ୍ଲକ ବିଡିଓ ଶୁଭଶ୍ରୀ ରଥ, କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।