ନିଯୁକ୍ତି ସଙ୍କଟ ଚିନ୍ତାରେ ଯୁବବର୍ଗ

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତର -୨୩.୯%କୁ ଖସିଛି। ଲଗାତର ଭାବେ ଅଭିବୃଦ୍ଧି ଖସୁ ଥିବାରୁ ଘରୋଇ ବଜାରରେ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇବା କଷ୍ଟକର ହେବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଗତ ୪ ଦଶନ୍ଧି ମଧ୍ୟରେ ଦେଶର ଜିଡିପି ସବୁଠାରୁ ଖରାପ ସ୍ଥିତିରେ ରହିଛି। କରୋନା ଯୋଗୁ ବଜାର ବର୍ତ୍ତମାନ ଅଧିକ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀଗୁଡିକରେ ଛଟେଇ ଜାରି ରହିଛି। ସବୁ କିଛି କେବେ ଟ୍ରାକ୍‌କୁ ଫେରିବ ସେ ନେଇ କେହି ସ୍ପଷ୍ଟ ଭାବେ କହି ପାରିବା ଭଳି ସ୍ଥିତି ଦେଖାଯାଉନାହିଁ। ଏହା ଯୁବବର୍ଗଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା ଜିଡିପି ଡାଟାକୁ ନେଇ ଅର୍ଥନୀତିଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ଅଭିବୃଦ୍ଧି ଖସି ଚାଲିଥିବା ବେଳେ ଗତ ପ୍ରାୟ ୭ ବର୍ଷ ହେବ ଦେଶରେ ନିଯୁକ୍ତି ସୃଷ୍ଟି ଆଖି ଦୃଶିଆ ହୋଇନାହିଁ। ଏପଟେ କରୋନା ଯୋଗୁ କମ୍ପାନୀଗୁଡିକରେ ଲଗାତର ଛଟେଇ ଚିନ୍ତା ବଢାଇ ଚାଲିଛି।
ବଜାରକୁ ଦେଖିଲେ ଦୀର୍ଘ ମିଆଦୀ ଭିତ୍ତିରେ ଏହା ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ କହିଛନ୍ତି। ଆଗାମୀ ଦିନଗୁଡିକରେ ନୂଆ ନିଯୁକ୍ତି ସୃଷ୍ଟି ଭାରତ ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ୨୦୧୯ ପରଠାରୁ ନିଯୁକ୍ତି ସଂକ୍ରାନ୍ତ ଆଉଟ୍‌ଲୁକ ବା ଦୃଷ୍ଟିକୋଣ ବେଶି ବିଗିଡିଯାଇଛି। କରୋନା ଆସିବା ପରେ ଏହା ବ୍ୟବସ୍ଥାକୁ ଆହୁରି ବିଗାଡି ଦେଇଛି। ସହରାଞ୍ଚଳ ନିଯୁକ୍ତି ବିଶେଷ କରି ବେତନ ଭିତ୍ତିକ ହୋଇଥିବା ବେଳେ ଦିନକୁ ଦିନ ସ୍ଥିତି ବିଗୁଡୁଛି ବୋଲି ମୁମ୍ବାଇ ଭିତ୍ତିକ ଥିଙ୍କ୍‌ ଟ୍ୟାଙ୍କ୍‌ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜୁଲାଇ ସୁଦ୍ଧା କରୋନା ପ୍ରଭାବ ଯୋଗୁ ୧୮.୯ ନିୟୁତ ବେତନ ଭିତ୍ତିରେ କାମ କରୁଥିବା କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏହା ମୋଟ ଶ୍ରମଶକ୍ତିର ୨୧% ବୋଲି ଜଣାପଡିଛି। ଚଳିତ ବର୍ଷ ଅଗଷ୍ଟ ଡାଟା ପ୍ରକାଶ ପାଇନାହିଁ। ଏହି ସ୍ଥିତି ଆହୁରି ବିଗିଡିବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି। ଅଗଷ୍ଟରେ ବେକାରୀ ହାର ବଢିଥିବା ବେଳେ ସହରାଞ୍ଚଳର ପ୍ରତି ୧୦ ଜଣରେ ଜଣକ ନିକଟରେ ବର୍ତ୍ତମାନ ଚାକିରି ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଲଗାତର ହ୍ରାସ ହେଉଥିବା ନିଯୁକ୍ତିକୁ ଦେଖିଲେ ଜଣାପଡୁଛି,ଦେଶର ବର୍ଦ୍ଧିତ ଯୁବ ଶ୍ରମଶକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ହାରରେ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ସକ୍ଷମ ହୋଇ ପାରୁନାହାନ୍ତି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମହାମାରୀ ଯୋଗୁ ଭାରତର ୧.୨ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ଭାରତ ବଜାର ଗତ କିଛି ତ୍ରୈମାସ ହେବ ମାନ୍ଦାବସ୍ଥା ଦେଇ ଗତି କରୁଛି। ବର୍ତ୍ତମାନ ନିଯୁକ୍ତି ସୃଷ୍ଟି କମୁଥିବା ବେଳେ ଦେଶ ସାମ୍ନାରେ ପ୍ରମୁଖ ଆର୍ଥତ୍କ ସମସ୍ୟା ମୁଣ୍ଡ ଟେକୁଥିବା ଦୃଷ୍ଟିକୁ ଆସିଛି। ବେକାରି ହାର ଉଚ୍ଚରେ ରହିବା ଯୋଗୁ ଏହା ଘରୋଇ ବଜାରର ଚାହିଦା ଉପରେ ସିଧାସଳଖ ମାଡ କରୁଛି। ଏଥିରେ ୨୭% ହ୍ରାସ ଘଟି ଏପ୍ରିଲ-ଜୁନରେ ୧୪.୬୧ ଲକ୍ଷ କୋଟି ଟଙ୍କାକୁ ଖସିଛି। ଯାହା ଗତ ବର୍ଷ ସମାନ ସମୟରେ ୧୯.୯୩ ଲକ୍ଷ କୋଟି ଟଙ୍କା ରହିଥିଲା। ମହାମାରୀ ଯୋଗୁ ବଜାରର ଚାହିଦା ସମ୍ପୂର୍ଣ୍ଣ ଖସିଥିବାରୁ ଏହା ଅଭିବୃଦ୍ଧି ଉପରେ ମଧ୍ୟରେ ପ୍ରଭାବ ପକାଇଥିବା ଏସ୍‌ବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଜିଡିପି ଖସିବା ନେଇ ସେ ପୂର୍ବାନୁମାନ କରିଛନ୍ତି। ସରକାର ତୁରନ୍ତ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଥିବା ସେ ମତ ପ୍ରକାଶ କରିଛନ୍ତି। ଏସ୍‌ବିଆଇ ଏହାର ଇକୋରାପ୍‌ ରିପୋର୍ଟରେ କହିଛି ଯେ, ଦେଶର ପ୍ରକୃତ ଜିଡିପି ୧୦.୯% ଖସିବ। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଅଭିବୃଦ୍ଧିରେ ଯଦି ସୁଦ୍ଧାର ନ ଆସେ ତେବେ ଆଗାମୀ ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ପାଇଁ ନିଯୁକ୍ତି ସୃଷ୍ଟି କରିବା ଏକ ବଡ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।
୨୦୧୯ ପରଠାରୁ ନିଯୁକ୍ତି ସୃଷ୍ଟି କେନ୍ଦ୍ର ସରକାରଙ୍କ ଲାଗି ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ଜିଡିପିରେ ଲଗାତର ହ୍ରାସ ପାଇ ୫%ରୁ ନିମ୍ନକୁ ଖସିଛି। ମହାମାରୀ ଯୋଗୁ ନିଯୁକ୍ତି ଆହୁରି ଖସିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ୯ କୋଟି ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବା ଲାଗି ଭାରତକୁ ୮ରୁ ୮.୫% ହାରରେ ଅଭିବୃଦ୍ଧିର ଆବଶ୍ୟକତା ରହିଥିବା ମ୍ୟାକିନ୍‌ସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି। ୨୦୧୯-୨୦ରେ ଭାରତ ଯେଉଁ ହାରରେ ଅଭିବୃଦ୍ଧି କରିଛି ଏହା ତା’ର ଦୁଇ ଗୁଣ। ବର୍ଦ୍ଧିତ ଯୁବ ପ୍ରଫେଶନାଲଙ୍କୁ ନିଯୁକ୍ତି ଯୋଗାଣ ଲାଗି ଭାରତକୁ ବର୍ତ୍ତମାନ ୧.୨ କୋଟି ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ହେଲେ ଏବର ବଜାରକୁ ଦେଖିଲେ ତାହା ଅସମ୍ଭବ ପରି ମନେହୁଏ। କାରଣ ସରକାର ପ୍ରାୟ ୭ ବର୍ଷ ତଳେ ବୃହତ୍‌ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିବାକୁ ସକ୍ଷମ ହୋଇ ନାହାନ୍ତି। ନିରନ୍ତର ଅଭିବୃଦ୍ଧିକୁ ହାସଲ କରିବାରେ ଯଦି ଭାରତ ସକ୍ଷମ ନ ହୁଏ ତେବେ ଲୋକଙ୍କ ଆୟ ଏବଂ ଜୀବନଧାରଣ ମାନ ଉପରେ ଏହା ଗଭୀର ପ୍ରଭାବ ପକାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମାନୁଫାକ୍‌ଚରିଂ ଏବଂ ନିର୍ମାଣ କ୍ଷେତ୍ରରେ ସୁଧାର ସହ ନିଯୁକ୍ତି ସୃଷ୍ଟି ଲାଗି କେନ୍ଦ୍ର ସରକାରଙ୍କୁ ବଜାର ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ ମଧ୍ୟ ସରକାର ଏହାକୁ ଏବେ ଯାଏ ହାସଲ କରିବାକୁ ମଧ୍ୟ ସକ୍ଷମ ହୋଇ ନାହାନ୍ତି। ନୂଆ ନିବେଶ ଦ୍ୱାରା ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଯଦି ସଫଳ ନ ହୁଅନ୍ତି ଭାରତ ଆଗାମୀ ଦଶନ୍ଧିରେ ଯେ କେବଳ ନିମ୍ନସ୍ତରର ଅଭିବୃଦ୍ଧିକୁ ଖସିଯିବ ତାହା ନୁହେଁ ବିଶ୍ୱର ଏକ ପ୍ରମୁଖ ଅର୍ଥ ବ୍ୟବସ୍ଥା ହେବାର ସୁଯୋଗକୁ ମଧ୍ୟ ହାତଛଡା କରିବାକୁ ପଡିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri