Categories: ଫୁରସତ

ଶାଢି ପିନ୍ଧି ସ୍କେଟିଂ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଶାଢି ପିନ୍ଧି ଜଣେ ଯୁବତୀ ବହୁତ ଭଲ ସ୍କେଟିଂ କରୁଥିବା ଦେଖାଯାଇଛି। ଏହି ଭିଡିଓ ବିଷୟରେ ଏକ ସୁନ୍ଦର କଥା ହେଉଛି ରାସ୍ତାରେ ଯାନବାହନ ଚଳାଚଳ କରୁଛି ଏବଂ ରାସ୍ତାରେ ସବୁଜ ଗଛ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଭିଡିଓଟି କେରଳର। ଏହି ଭିଡିଓକୁ ଲାରିସା ନାମକ ଜଣେ ୟୁଜର୍ସ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ବିଶେଷ କଥା ହେଉଛି ଲାରିସା ନିଜେ ସ୍କେଟିଂ କରୁଥିବା ଦେଖାଯାଉଛି। ଭିଡିଓରେ, ଲାରିସା ଏକ ଧଳା ରଙ୍ଗର ପୋଷାକ ପିନ୍ଧି ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଲାରିସା ଏହି ଭିଡିଓକୁ କେରଳରେ ଶୁଟ କରିଛନ୍ତି।
ଭିଡିଓ ଶେୟାର କରି ଲାରିସା ଲେଖିଛନ୍ତି ଯେ, ସ୍କେଟିଂ କରିବାକୁ ବହୁତ ମଜା ଲାଗେ। କିନ୍ତୁ ଶାଢି ପିନ୍ଧି ସ୍କେଟିଂ କରିବା ସହଜ ନୁହେଁ। ସେ ଏହି ଭିଡିଓ ଶେୟାର କରିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି।

Share