Categories: ଖେଳ

ସାକ୍ଷୀଙ୍କ ଉପସ୍ଥିତିରେ ଧୋନୀଙ୍କୁ ପ୍ରପୋଜ୍‌ କଲେ ଏହି ଯୁବତୀ: ଆଉ ତା’ପରେ

ଚେନ୍ନାଇ ସୁପର କିଙ୍ଗ୍ସର ବର୍ତ୍ତମାନର ଅଧିନାୟକ ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ କ୍ରେଜ କମିନାହିଁ। ‘କ୍ୟାପଟେନ କୁଲ’ ମହେନ୍ଦ୍ର ସିଂ ଧୋନୀଙ୍କୁ ଅନୁସରଣ କରୁଥିବା ମହିଳା ପ୍ରଶଂସକ ମଧ୍ୟ ବହୁତ ଅଛନ୍ତି। ଏହାର ପ୍ରମାଣ ପ୍ରାୟତଃ ଦେଖାଯାଏ। ଆଇପିଏଲ ୨୦୧୮ ସମୟରେ ଏକ ଘଟଣା ଘଟିଥିଲା। ଜଣେ ହୁବତୀ ଖୋଲାଖୋଲି ଭାବରେ ମାହିଙ୍କୁ ପ୍ରେମ ନିବେଦନ କରିଥିଲେ। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ସିଂ ଧୋନୀ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହା ସତ୍ତ୍ୱେ ଯୁବତୀ ଜଣଙ୍କ ନିଜକୁ ଅଟକାଇ ପାରି ନ ଥିଲେ।
୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଥିବା ଏହି ମ୍ୟାଚ ସମୟରେ ଜଣେ ଅଜ୍ଞାତ ଯୁବତୀ ଏକ ପ୍ଲାକାର୍ଡ ଦେଖାଇଥିଲେ, ଯେଉଁଥିରେ ଲେଖାଥିଲା, ମୋ ଭବିଷ୍ୟତର ସାଥୀ ମୋତେ କ୍ଷମା କରନ୍ତୁ, କିନ୍ତୁ ଏମଏସ ଧୋନୀ ସର୍ବଦା ମୋର ପ୍ରଥମ ପ୍ରେମ ହେବ। ମୁଁ ତୁମକୁ ଭଲ ପାଏ।
ସୋସିଆଲ ମିଡିଆରେ ଏମଏସ ଧୋନୀଙ୍କ ଏହି ମହିଳା ପ୍ରଶଂସକଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିଲା। ଏପରିକି ଆଇସିସି ଏହି ‘ପ୍ରେମ ସମ୍ପର୍କ’ ବାଣ୍ଟିବାରେ ନିଜକୁ ଅଟକାଇ ପାରି ନ ଥିଲା। ଟୁଇଟରରେ ପ୍ରଶଂସକମାନେ ଏହି ଫଟୋ ଉପରେ ଅନେକ ପ୍ରତିକ୍ରିୟା ଦେଇଥିଲେ।

Share