ଏହି ରାଶିର ଯୁବତୀ ହୁକୁମ ଚଳାଇବାରେ ଓସ୍ତାଦ; ନିଜ ହିସାବରେ ଜୀବନ ଜିଅଁନ୍ତି ଏମାନେ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ ରାଜାଙ୍କ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଯୁବତୀଙ୍କ ବିଷୟରେ କଥା ହେଲେ, ଏମାନଙ୍କ ସ୍ବଭାବ ବେଶ ରାଜକୀୟ ଏବଂ ହୁକୁମ ଚଳାଇବା ଭଳି ହୋଇଥାଏ। ଏମାନେ କାହା ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ନିଜ ହିସାବରେ ଜୀବନ ଜିଇଁବା ଏମାନଙ୍କୁ ପସନ୍ଦ। କୁହାଯାଏ ଏମାନଙ୍କ ଆଗରେ ସ୍ବାମୀ ମଧ୍ୟ କିଛି କହିପାରନ୍ତି ନାହିଁ।

ସିଂହ ରାଶିର ଯୁବତୀମାନେ ନେତୃତ୍ୱ ନେବାରେ ମାହିର। ସବୁ କାମ ସୂଚାରୁରୂପେ କରିବାରେ ଏମାନେ ମାହିର। ଯେକୌଣସି କାମ କରନ୍ତୁ ନା କାହିଁକି ହୃଦୟରୁ ଏମାନେ କରିଥାନ୍ତି। ସେଥିରୁ ସଫଳତା ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ଯେଉଁଠିକୁ ବି ଏମାନେ ଯାଇଥାନ୍ତି, ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି। କ୍ୟାରିୟର ଦେଖିଲେ ଏମାନେ ବେଶ ନାମ କମାଇପାରନ୍ତି।

ଏହି ରାଶିର ଯୁବତୀଙ୍କ ପ୍ରେମଜୀବନ ବିଷୟରେ କଥା ହେଲେ, ତାହା ଭଲ ରହିଥାଏ। କାରଣ ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ସ୍ବାମୀଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। ବିଚକ୍ଷଣ ବୁଦ୍ଧି ଯୋଗୁ ସେହିଭଳି ସ୍ବାମୀ ମିଳୁ ବୋଲି ସେମାନେ ଚାହିଁଥାନ୍ତି। ବିଶେଷକରି ପାର୍ଟନର ତାଙ୍କୁ ସବୁ ଜିନିଷରେ ସମର୍ଥନ କରନ୍ତୁ ବୋଲି ସେ ଚାହିଁଥାନ୍ତି।

ଉପରୁ କଠୋର ହୃଦୟ ବିଶିଷ୍ଟ ଦେଖାଯାଉଥିଲେ ହେଁ ଏମାନଙ୍କ ହୃଦୟ ନରମ। କର୍ମସ୍ଥଳରେ ମଧ୍ୟ ଏମାନଙ୍କ ପ୍ରଦର୍ଶନ ଭଲ ରହିଥାଏ। ବିନା ଦ୍ୱିଧାରେ ଏମାନେ ମୁହଁରେ କହିଦେଇଥାନ୍ତି। ଅସଫଳତା ମିଳିଲେ ଏମାନେ ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କରିଥାନ୍ତି।

ପ୍ରଶାସନିକ ପଦରେ ଏମାନଙ୍କ ପ୍ରଦର୍ଶନ ଭଲ ଥାଏ। ସିଂହ ରାଶିର ଯୁବତୀମାନେ ସବୁ ବ୍ୟବସାୟରେ ସଫଳ ହୋଇଥାନ୍ତି। ରାଜନୀତି କ୍ଷେତ୍ରରେ ବି ଏମାନଙ୍କୁ ସଫଳତା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri