Categories: ଫୁରସତ

ଇନ୍‌ଷ୍ଟାଗ୍ରାମରୁ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଯୁବତୀ, ପୂରା ଲଭ୍‌ ଷ୍ଟୋରି ଜାଣିଲେ କହିବେ…

କୁହାଯାଏ, ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ମୋଟା, ପତଳା କିମ୍ବା ଆଉ କିଛି। ଏହି କଥାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଜଣେ ଯୁବତୀ। ୨୬ ବର୍ଷୀୟା ସୀନା କିରା ବ୍ରିଟେନର ୨୭ ବର୍ଷୀୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଇନ୍‌ଷ୍ଟାଗ୍ରାମରୁ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା। ଏହା ପରେ ସେ ଦେଶ ଛାଡ଼ି ତାଙ୍କ ପ୍ରେମିକଙ୍କ ନିକଟକୁ ଚାଲି ଆସିଥିଲେ। ତେବେ ଜାଣନ୍ତୁ ତାଙ୍କ ପୂରା ଲଭ୍‌ ଷ୍ଟୋରି ବିଷୟରେ…

ସୀନା ଅଷ୍ଟ୍ରେଲିଆ ଛାଡ଼ି ଜର୍ଜ କିଉଡ୍‌ଙ୍କ ନିକଟକୁ ଚାଲିଆସିଥିଲେ। ସୀନା ଦେଖିବାକୁ ଖୁବ୍‌ ସୁନ୍ଦରୀ। କିନ୍ତୁ ଜର୍ଜ ଖୁବ୍‌ ମୋଟା। ଏହି ଯୋଡ଼ିଙ୍କୁ ଦେଖି ଲୋକେ ସୋସିଆଲ ମିଡିଆରେ ସୀନାଙ୍କୁ ଟ୍ରୋଲ କରିବାରେ ଲାଗିଥିଲେ। ବହୁ ଲୋକ ବହୁ କଥା କହିଲେ। ଅନେକ ଲୋକ ଏହି ଯୋଡ଼ିକୁ ନାପସନ୍ଦ ବି କଲେ। ସୀନା କିନ୍ତୁ ଏସବୁକୁ ଆଦୌ ଖାତିର କରି ନ ଥିଲେ। ତାଙ୍କ ପ୍ରେମକୁ ପୂର୍ଣ୍ଣତା ଦେଇଥିଲେ। ଜର୍ଜଙ୍କୁ ସେ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ସନ୍ତାନ ମଧ୍ୟ ହୋଇଛି। ଜର୍ଜଙ୍କ ବର୍ତ୍ତମାନ ଓଜନ ୧୪୦ କେଜି। କିନ୍ତୁ ସୀମା ବହୁତ ପତଳା ଏବଂ ସୁନ୍ଦରୀ।

ଏକ ସାକ୍ଷାତକାରରେ ସୀନା କହିଛନ୍ତି, ଜର୍ଜ ହେଉଛନ୍ତି ତାଙ୍କ ଡ୍ରିମ୍‌ ମ୍ୟାନ୍‌। ସେ ମୋଟା ହେଲେ ବି କିଛି ନାହିଁ। ତାଙ୍କ ପ୍ରେମକୁ ସେ ସାକାର କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି, କିଏ କ’ଣ କହିଲା ତାଙ୍କୁ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ। ମୁଁ କାହା କଥାକୁ ଭ୍ରୁକ୍ଷେପ କରିନାହିଁ। ଜର୍ଜଙ୍କୁ ସ୍ବାମୀ ଭାବରେ ପାଇ ବହୁତ ଖୁସି। ଆମର ବୈବାହିକ ଜୀବନ ଖୁବ୍‌ ଭଲରେ ଚାଲିଛି। ସୀନାଙ୍କଠାରୁ ଏପରି କଥା ଶୁଣି ଟ୍ରୋଲ୍‌ କରୁଥିବା ଲୋକଙ୍କ ପାଟି ବି ଚୁପ୍‌ ହୋଇଯାଇଛି। କିଛି ଲୋକ କହିଛନ୍ତି ସଚ୍ଚା ପ୍ରେମ।

Share