ଯୁବକଙ୍କ ଉନ୍ମତ୍ତକାଣ୍ଡ ବିଡିଓଙ୍କ ଗାଡ଼ି ଭାଙ୍ଗି ପୋଲିସକୁ ପିଟିଲେ

ସଜନାଗଡ଼,୨୫।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବଜାରରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ସେହିବାଟ ଦେଇ ଯାଉଥିବା ବିଡିଓଙ୍କ ସରକାରୀ ଗାଡିକୁ ସେ ଭଙ୍ଗାରୁଜା କରିବା ସହ ଅନେକ ବାଇକ୍‌ ଆରୋହୀଙ୍କୁ ମାର୍‌ପିଟ୍‌ କରି ଗାଡି ଭଙ୍ଗାରୁଜା କରିଛନ୍ତି। ସ୍ଥାନୀୟ ଲୋକେ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି। ବଜାର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ଖବରପାଇ ନୀଳଗିରି ଥାନା ପୋଲିସ ପହଞ୍ଚିଥିଲେ ମଧ୍ୟ ଯୁବକଜଣକ ଥାନା ଏଏସ୍‌ଆଇ ଅନନ୍ତ ମୁର୍ମୁ ଓ କନଷ୍ଟେବଳ ଚିତ୍ତରଞ୍ଜନ ନାୟକଙ୍କୁ ଆକ୍ରମଣ କରି ଆହତ କରିଥିଲେ। ଶେଷରେ ଥାନା ଭାରପ୍ରାପ୍ତ ଅଧିକାରୀ ବିରଞ୍ଚତ୍ ନାରାୟଣ ସାହୁ ସଦଳବଳେ ପହଞ୍ଚତ୍ ତାଙ୍କୁ କାବୁ କରି ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, କାହାଳିଆ (ଚକ୍ରଧରପୁର ଶାସନ) ଗ୍ରାମର ସମୀର କୁମାର ପଣ୍ଡା (୩୫) ଦୁର୍ଗାମଣ୍ଡପଠାରେ ଥିବା ଏକ ଗ୍ରୋସେରୀ ଦୋକାନ କରିଛନ୍ତି। ଅପରାହ୍ନ ସମୟରେ ସେ ଦୋକାନରେ ବସିଥିବା ବେଳେ ହଠାତ୍‌ ବାହାରକୁ ପଳାଇ ଆସି ଯାତୟାତ କରୁଥିବା ଲୋକଙ୍କୁ ଭୟଭୀତ କରି ଆକ୍ରମଣ ଆରମ୍ଭ କରିଦେଇଥିଲେ। ସେହି ସମୟରେ ବିଡିଓଙ୍କ ସରକାରୀ ଗାଡି ଆସୁଥିବା ବେଳେ ସମୀର ହଠାତ୍‌ ଗାଡି ଆଗକୁ ଯାଇ ନିଜ ହାତରେ ଆଗ କାଚକୁ ଭାଙ୍ଗିଦେଇଥିଲେ। ସେହି ଗାଡିରେ ବିଡିଓ ନ ଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହି ରାସ୍ତାରେ ଯାଉଥିବା କାହାରିକୁ ସେ ଛାଡି ନ ଥିଲେ। ଗୋଡାଇ ଗୋଡାଇ ବାଇକ ଆରୋହୀଙ୍କୁ ଅଟକାଇବା ସହ ମାରପିଟ୍‌ କରି ଗାଡି ବାଇକ୍‌ ଭଙ୍ଗାରୁଜା କରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିଯିବାରୁ ସମୀର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସ ଗାଡ଼ିକୁ ମୁଣ୍ଡରେ ପିଟି ପିଟି ଆଗ ଓ ସାଇଡ୍‌ କାଚକୁ ଚୁରମାର୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri