ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ

ମୋରଡ଼ା,୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାର ବଡ଼ବିଲା- ମୋହନପୁର ଛକ ମଧ୍ୟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ବଡ଼ବିଲା ଗ୍ରାମର ଭାଗେଗୋବର୍ଦ୍ଧନ ତୁଙ୍ଗ(୩୫) ଏବଂ ଗୁରୁତର ଜଣକ ହେଉଛନ୍ତି ମୋହନପୁର ଗ୍ରାମର ଲସ ଟୁଡୁ l ତେବେ ଏହାର ପ୍ରତିବାଦରେ ଗ୍ରାମବାସୀ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାରୋକୋ କରିଛନ୍ତି l
ସୂଚନା ଅନୁଯାୟୀ, ରବିବାର ଭାଗେଗୋବର୍ଦ୍ଧନ ମୋହନପୁର ଠାରେ ଉକ୍ତ ଗ୍ରାମର ଗୋବିନ୍ଦ ସୋରେନଙ୍କ ସହିତ ରାସ୍ତା କଡରେ ଥିବା ଗୋରା ବିନ୍ଧାଣୀଙ୍କ ଘର ସମ୍ମୁଖରେ କଥାବାର୍ତ୍ତା ହେଉଥିବା ସମୟରେ ଏକ ଧଳା ରଙ୍ଗର କାର୍‌ ଦ୍ରୁତ ଗତିରେ ଆସି ଭାଗେଗୋବର୍ଦ୍ଧନଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ପଡିଥିଲେ ଏବଂ ଗୋବିନ୍ଦ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ରାସ୍ତାର ଅନ୍ୟ ପାର୍ଶକୁ ଡିଆଁ ମାରିଥିଲେ। ତେବେ ଉକ୍ତ କାର୍‌ଟି ଭାଗେଗୋବର୍ଦ୍ଧନଙ୍କୁ ଧକ୍କା ଦେବା ପରେ ୪୦ ଫୁଟ ଦୂରରେ ଥିବା ଉକ୍ତ ଗ୍ରାମର ଲସ ଟୁଡୁଙ୍କୁ ପୁଣି ଧକ୍କା ଦେବା ଫଳରେ ଲସ ଗୁରୁତର ହୋଇଛନ୍ତି l ଖବର ପାଇ ରାତି ୯ଟାରେ ଚିତ୍ରଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାଗେଗୋବର୍ଦ୍ଧନଙ୍କୁ ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେହିପରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଲସଙ୍କୁ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇ ଯାଇଛି l ତେବେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା କାର୍‌ ଫେରାର ହୋଇଯାଇଛି l
ତେବେ ସୋମବାର ଉତ୍ତ୍ୟକ୍ତ ଗ୍ରାମବାସୀ ସକାଳ ୬ଟାରୁ ମୋହନାପୁର ନିକଟ ମୁଖ୍ୟ ରାସ୍ତାରେ ବାଉଁଶ ବ୍ୟାରିକେଡ୍‌ ଦେଇ ରାସ୍ତା ବନ୍ଦ କରିଛନ୍ତି। ମୃତକ ଓ ଗୁରୁତରଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ପାଇଁ ଦାବି କରିଛନ୍ତି l ଘଟଣାସ୍ଥଳରେ ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଏବଂ ଦାନ୍ତିଆମୁଁହା ସମିତି ସଭ୍ୟ ତଥା ଭାଜପା ନେତା ସୁକୁଲ ମୁର୍ମୁ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri