ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର ପାୱ୍ବାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀ। ସେ ଜୟନଗରରେ ଚୁଡି ବ୍ୟବସାୟ କରୁଥିଲେ। ମୃତକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ପରେ ପ୍ରମାଣ ନଷ୍ଟ ପାଇଁ ହତ୍ୟାକାରୀମାନେ ପୋଡ଼ିଦେଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଅତିରିକ୍ତ ଏସ୍‌ପି ଉତ୍କଳ କେଶରୀ ଦାଶ କହିଛନ୍ତି। ଘଟଣାସ୍ଥଳରୁ ମୃତକଙ୍କ ମୋବାଇଲକୁ ପୋଲିସ ଜବତ କରିଛି। ଏ ନେଇ କୋରାପୁଟ ସଦର ଥାନାରେ କେସ୍‌ ନଂ.୮୪/୨୨ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri