Categories: ଜାତୀୟ

ବୁଡ଼ି ଯାଉଥିଲେ ଯୁବକ, ଉଦ୍ଧାର ପାଇଁ ପାଣିକୁ ଡେଇଁଲେ ଏସ୍‌ଆଇ; ଆଉ ତା’ ପରେ…

ଲକ୍ଷ୍ନୌ,୨୧ା୬: ଉତ୍ତରପ୍ରଦେଶର ସାହସୀ ଏସ୍‌ଆଇ ନିଜ ଜୀବନକୁ ବାଜି ଲଗାଇ ପାଣିରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି। ଏସ୍‌ଆଇ ବା ସବ୍‌-ଇନ୍ସପେକ୍ଟରଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅଲିଗଡ଼ ପୋଲିସର ଏହି ସାହସିକତା ପାଇଁ ଏସ୍‌ଏସ୍‌ପି କଲ୍ୟାଣନିଧି ନୈଥାନୀ ସବ୍‌-ଇନ୍ସପେକ୍ଟରଙ୍କୁ ପ୍ରଶଂସାପତ୍ର ସହ ନଗଦ ୨୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣା ମଙ୍ଗନହର ଅଞ୍ଚଳର। ଦାଦୋ ଥାନାର ଏସ୍‌ଆଇ ଆଶିଷ କୁମାର ୨୦ ଜୁନ୍‌ରେ ଏଠାରେ ଡ୍ୟୁଟି କରୁଥିଲେ। ଅପରାହ୍ନରେ ହରଣପୁର ନିବାସୀ ପାନାଲାଲ୍‌ଙ୍କ ପୁଅ ତେଜ ସିଂ ଯାଦବ ଠିଆ ହୋଇଥିଲେ। ହଠାତ୍‌ ସେ ପାଣିରେ ପଡ଼ିଗଲେ। ଏହା ପରେ ସେ ଖୁବ୍‌ ଜୋରରେ ପାଟି କରିଥିଲେ। ପାଖରେ ଥିବା ଏସ୍‌ଆଇ ଆଶିଷ କୁମାର ତାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ତୁଚ୍ଛ କରି ପାଣିକୁ ଡେଇଁ ପଡ଼ିଥିଲେ। ଫଳରେ ତେଜଙ୍କ ଜୀବନ ରକ୍ଷା ହୋଇଯାଇଥିଲା।

Share