ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ୯ ବର୍ଷ ଜେଲ୍‌

ଲଣ୍ଡନ,୬।୧୦: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ଜସୱନ୍ତ ସିଂ ଚେଲ ନାମକ ଜଣେ ଶିଖ ଯୁବକଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜସୱନ୍ତ ସିଂଙ୍କ ବୟସ ୨୧ ବର୍ଷ ବୋଲି ଦର୍ଶାଯାଇଛି।
ଜସୱନ୍ତ ସିଂ ଚେଲଙ୍କ ମାନସିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଲଣ୍ଡନର ଓଲ୍ଡ ବେଲି କୋର୍ଟରେ ଶୁଣାଣି ବେଳେ ଜଜ ନିକୋଲାସ ହିଲିଆର୍ଡ କହିଛନ୍ତି ଯେ, ଚେଲ ସୁସ୍ଥ ନ ହେବା ପର୍ଯ୍ୟନ୍ତ ବରେକଶାୟାରର ଏକ ଉଚ୍ଚ ସୁରକ୍ଷା ମାନସିକ ଡାକ୍ତରଖାନା ବ୍ରଡମୋର୍‌ ହସ୍ପିଟାଲରେ ରଖାଯିବ। ଏହା ପରେ ତାଙ୍କୁ ଜେଲରେ ରଖାଯିବ।
ଡିସେମ୍ବର ୨୫, ୨୦୨୧ ରାଣୀ ଏଲିଜାବେଥ ୱିଣ୍ଡସର ଦୁର୍ଗରେ ଥିବା ତାଙ୍କ ବ୍ୟକ୍ତିଗତ ଆପାର୍ଟମେଣ୍ଟରେ ଥିବାବେଳେ ଜଣେ ଯୁବକ ଧନୁ ଓ ତୀର ଧରି ତାଙ୍କ ନିକଟକୁ ଯାଇଥିଲେ। ଦୁଇଜଣ ଅଧିକାରୀ ତାଙ୍କୁ ଧରିଥିଲେ। ଯୁବକ ଜଣଙ୍କ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ରାଣୀଙ୍କୁ ହତ୍ୟା କରିବାକୁ ଆସିଛନ୍ତି। ‘ଷ୍ଟାର୍‌ ୱାର୍ସ’ ସିରିଜ ଦ୍ୱାରା ଅନୁପ୍ରାଣିତ ହେବା ପରେ ଜସୱନ୍ତ ସିଂ ଚେଲ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସୋସିଆଲ ମିଡିଆରେ ଏକ ଭିଡିଓରେ ଜସୱନ୍ତ ସିଂ ଚେଲ କହିଥିଲେ ଯେ, ପଞ୍ଜାବର ଅମୃତସରରେ ୧୯୧୯ରେ ହୋଇଥିବା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସେ ଏହା କରିଛନ୍ତି। ଦଣ୍ଡବିଧାନ ଆଦେଶ ପଛରେ ଥିବା କାରଣକୁ ବ୍ୟାଖ୍ୟା କରି ବିଚାରପତି କହିଛନ୍ତି ଯେ, ଏହି କାର୍ଯ୍ୟ ୨୦୨୧ରେ ହୋଇଥିଲା ଯେତେବେଳେ ସେ (ଯଶୱନ୍ତ ସିଂ ଚେଲ) ମାନସିକ ସ୍ତରରେ ଫିଟ ଥିଲେ। ଜସୱନ୍ତ ସିଂ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି, ଏଥିପାଇଁ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ। ଶୁଣାଣି ସମୟରେ କୋର୍ଟଙ୍କୁ କୁହାଯାଇଥିଲା ଯେ, ଜସୱନ୍ତ ସିଂ ଚେଲ ତାଙ୍କ ପରିବାର ସହିତ ୨୦୧୮ରେ ଅମୃତସର ଯାଇଥିଲେ ଏବଂ ସେଠାରେ ସେ ଜଲିଆନୱାଲା ବାଗ ହତ୍ୟାକାଣ୍ଡ ବିଷୟରେ ଜାଣିଥିଲେ। ସେତେବେଳେ ସେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଚିନ୍ତା କରିଥିଲେ।
ସୂଚନାଯୋଗ୍ୟ ଯେ, ରାଣୀ ଏଲିଜାବେଥ ଦ୍ୱିତୀୟ ସେପ୍ଟେମ୍ବର ୨୦୨୨ରେ ୯୬ ବର୍ଷ ବୟସରେ ଦେହାନ୍ତ କରିଥିଲେ। ଗତ ମାସରେ ଜସୱନ୍ତ ସିଂ ଏକ ଚିଠି ମାଧ୍ୟମରେ ରାଜ ପରିବାର ଏବଂ ରାଜା ଚାଲର୍‌ସ ତୃତୀୟଙ୍କୁ କ୍ଷମା ମାଗିଥିଲେ। କୋର୍ଟ ରିପୋର୍ଟ ଅନୁଯାୟୀ, ଜସୱନ୍ତ ସିଂ ଏକ ଭଲ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଏରୋସ୍ପେସରେ ସଫ୍ଟୱେୟାର ପରାମର୍ଶଦାତା, ମାତା ଜଣେ ଶିକ୍ଷକ ଏବଂ ତାଙ୍କର ଦୁଇ ଯାଆଁଳା ଭଉଣୀ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri