ଶବ ସତ୍କାର କରିବାକୁ ଆସି ଶବ ହୋଇଗଲେ ଯୁବକ

ପୁରୀ,୯ା୧(ଅଜିତ କୁମାର ମହାନ୍ତି): ପୁରୀରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସା ଓ କଥା କଟାକଟିକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଅଞ୍ଚଳର ରଞ୍ଜନ କୁମାର ଦାସ। ସେହିପରି ଆହତ ଜଣଙ୍କ ହେଉଛନ୍ତି ମାନସ ରଞ୍ଜନ ନାୟକ। ଏହି ଘଟଣା ପୁରୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀକୁ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସୁଥିବା ବେଳେ ସମୁଦ୍ରକୂଳ ପରି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହତ୍ୟା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ବନ୍ତ ଥାନା ଅନ୍ତର୍ଗତ ଆପଣ୍ଡା ଗ୍ରାମର ଜଣେ ମହିଳା ଯିଏ ରଞ୍ଜନଙ୍କ ସମ୍ପର୍କୀୟ ଆଈ ହେବେ। ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ତାଙ୍କର ଶବ ସତ୍କାର କରିବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ସହ ରଞ୍ଜନ ତାଙ୍କ ସହ ପୁରୀ ଆସିଥିଲେ। ତେବେ ରଞ୍ଜନ ଓ ଅନ୍ୟମାନେ ଶବ ସତ୍କାର କରି ସ୍ବର୍ଗଦ୍ୱାର ବାହାରକୁ ଆସିଥିବାବେଳେ ଚୈତନ୍ୟ ଛକ ନିକଟରେ କୌଣସି ଘଟଣାକୁ ନେଇ ପୁରୀର ଜଣେ ଯୁବକଙ୍କ ସହ ଜଣେ ବ୍ୟକ୍ତିଙ୍କ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କ ରଞ୍ଜନଙ୍କ ବେକରେ ଛୁରି ଭୁସି ହତ୍ୟା କରିଥିବାବେଳେ ମାନସ ଗୁରୁତର ହୋଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ରଖି ପଚରାଉଚରା କରୁଥିବା ବେଳେ ଶବ ବ୍ୟବଚ୍ଚେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ର ହିତରେ ନା କ୍ୟାଡର: ଏମାନଙ୍କ ସମ୍ଭାବନାକୁ ଏଡ଼ାଯାଇ ନ ପାରେ

ଭୁବନେଶ୍ୱର, ୨୫।୨(ସୁନିତ୍‌ ମିଶ୍ର):ଦେଶର ୧୦ ରାଜ୍ୟର ମୋଟ୍‌ ୩୭ଟି ରାଜ୍ୟ ସଭା ଆସନ ଲାଗି ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏନେଇ ଗତ ସପ୍ତାହରେ ବିଜ୍ଞପ୍ତି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: ଆଗୁଆ…

ଭୁବନେଶ୍ୱର,୨୫।୨ (ରବିନାରାୟଣ ଜେନା):ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅବଧି ପୂର୍ବରୁ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି,…

ଆମେରିକୀୟ ଯୁଦ୍ଧ ଜାହାଜରେ ଟଏଲେଟ୍‌ ଓ୍ବାର୍‌

ଓ୍ବାଶିଂଟନ୍‌ ,୨୫ା୨: ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ବିଶାଳ ସେନା ମୁତୟନ କରିଛି। ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ୍‌…

ତହଉର ରାଣାଙ୍କ ନାଗରିକତ୍ୱ ରଦ୍ଦ କରିବ କାନାଡା

ଓଟାଓ୍ବା,୨୫ା୨: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୁକ୍ତ ପାକିସ୍ତାନଜନ୍ମିତ ବ୍ୟବସାୟୀ ତହଉର ହୁସେନ୍‌ ରାଣାଙ୍କ ନାଗରିକତ୍ୱ ରଦ୍ଦ କରିବା ପାଇଁ କାନାଡା ସରକାର…

ହେକ୍ସାଗନ୍‌ ମେଣ୍ଟରେ ଭାରତ ସାମିଲ ନେଇ ନେତାନ୍ୟାହୁ ଆଶାବାଦୀ

ତେଲ୍‌ ଆଭିଭ୍‌,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇସ୍ରାଏଲ ଗସ୍ତରେ ଯିବେ। ତାଙ୍କର ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ମୋଦିଙ୍କୁ ତାଙ୍କର ଜଣେ ଅନ୍ତରଙ୍ଗ…

ପୁରୁଷବନ୍ଧୁ ଆଗରେ ଯୁବତୀଙ୍କୁ ଗଣବଳାତ୍କାର, ଜବରଦସ୍ତ ପୀଡ଼ିତାଙ୍କଠାରୁ ନେଇଗଲେ ୧୦,୦୦୦ ଟଙ୍କା

ଗୁଆହାଟୀ,୨୫ା୨: ଆସାମର ସିଲ୍‌ଚରରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କଠାରୁ ଜବରଦସ୍ତ ୧୦,୦୦୦ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri