ଜନ୍ମଦିନରେ ଜେଲ୍‌ ଗଲେ ଯୁବକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନାଗପୁର,୨୩ା୧୦: ମନ ଆନନ୍ଦରେ ଜନ୍ମଦିନ ପାଳନ କରୁଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। କାରଣ ଯୁବକ ଜଣଙ୍କ ତାଙ୍କ ଜନ୍ମଦିନରେ ଖଣ୍ଡାରେ କେକ୍‌ କାଟିଥିଲେ। ଏହା ପରେ ନାଗପୁର ପୋଲିସ ତାଙ୍କୁ ଗିରଫ କରିଥିଲା।
ପାରଡି ଥାନାଧିକାରୀ କୁହନ୍ତି, ଅଭିଯୁକ୍ତ ନିଖିଲ ୨୧ ଅକ୍ଟୋବରରେ ତାଙ୍କ ଜନ୍ମଦିନ ପାଳନ କରୁଥିଲେ। ଏହି ପରିପ୍ରେକ୍ଷୀରେ ସେ ୪ଟି ବଡ଼ ବଡ଼ କେକ୍‌ ଆଣିଥିଲେ। ଏହାକୁ ସେ ଖଣ୍ଡାରେ କାଟିଥିଲେ। ଯାହାର ଭିଡିଓ ହ୍ବାଟ୍ସଆପ୍‌ ଏବଂ ଅନ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ପୋଲିସ ନିଖିଲଙ୍କୁ ଘରୁ ଉଠାଇ ନେଇଥିଲା। ତାଙ୍କ ନାମରେ କେସ୍‌ ରୁଜୁ ପରେ ହାଜତକୁ ପଠାଇ ଦିଆଯାଇଛି। ପୋଲିସ କହିବା ଅନୁଯାୟୀ, ନିଖିଲ ଆଇନ୍‌ର ଖିଲାପ କରି ଘରେ ଅସ୍ତ୍ରଶସ୍ତ୍ର ରଖିଥିଲେ।

Share