Categories: ଫୁରସତ

ସମୁଦ୍ର କୂଳରେ ପରିସ୍ରା କରୁଥିଲେ ଯୁବକ, ସାମ୍ନାରୁ ଆସିଲା କୁମ୍ଭୀର; ଆଉ ତା’ ପରେ…

ଖୋଲାରେ ପରିସ୍ରା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଅଷ୍ଟ୍ରେଲିଆର ଜଣେ ଯୁବକ ସମୁଦ୍ର କୂଳରେ ପରିସ୍ରା କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ତାଙ୍କ ନିକଟକୁ ଆସୁଥିଲା। ଯୁବକ ଜଣଙ୍କ ଏହି ସମୟରେ ଏକ ଡଲ୍‌ଫିନ୍‌ ଆସୁଥିବା ଶବ୍ଦ ଶୁଣିଥିଲେ। ସେ ଡଲ୍‌ଫିନ୍‌ ଦେଖିବା ବେଳକୁ କୁମ୍ଭୀର ଉପରେ ନଜର ପଡ଼ିଥିଲା। ଫଳରେ ସେ ଭୟରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ।

ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଦେଇଥିଲେ। ଏହା ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ହାତରେ ଏକ ମଦ ବୋତଲ ଧରି ସମୁଦ୍ର କୂଳରେ ଠିଆ ହୋଇ ପରିସ୍ରା କରୁଛନ୍ତି। ଏହି ସମୟରେ କୁମ୍ଭୀରଟି ପାଣିରେ ପହଁରି ପହଁରି ତାଙ୍କ ନିକଟକୁ ଆସୁଛି। ଏହା ଦେଖି ସେ ଭୟରେ ଦୌଡ଼ି ପଳାଇ ଆସୁଥିବା ଦେଖିବାକୁ ମିଳିଛି। ସୌଭାଗ୍ୟ ବଶତଃ ତାଙ୍କ ଜୀବନ ବଞ୍ଚିଗଲା।

Share