ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ଫୁଲବାଣୀ ଅଫିସ,୧୫।୨: କନ୍ଧମାଳରେ ପୁଣିି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି। ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ଗୁମି ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କପିଳ ମାଝି(୩୨)। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ କିଛି ଦିନ ହେଲା ପଞ୍ଚାୟତ ଭୋଟ ବର୍ଜନ ପାଇଁ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରିଥିଲେ ।