ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବିଜେଗଙ୍ଗାଧରପୁର ଗ୍ରାମରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବିଦ୍ୟାଧର ମାଝି।

ସୂଚନା ମୁତାବକ ବିଦ୍ୟାଧର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣରୁ ଅନ୍ୟ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ସେଠାରୁ ରାତିରେ ଫେରିବା ବାଟରେ ତାଙ୍କୁ ପୂର୍ବରୁ ଛକି ରହିଥିବା ଯୁବକ ଠେଙ୍ଗାରେ ଆକ୍ରମଣ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।