ଯୁବକଙ୍କୁ ସାଇକେଲ ସହ ଟେକି କଚାଡ଼ିଲା ହାତୀ

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଥାନା ସୀମାନ୍ତ ମହୁଲଡିହା ଥାନା ଝାଟିକିଡିହା ଗ୍ରାମରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଉଛନ୍ତି ଝାଟିକିଡିହାର ଭଜ ମଢେଇ। ଭଜ ଶନିବାର ସକାଳେ ଗ୍ରାମ ନିକଟସ୍ଥ ପୋଖରୀରୁ ଶୌଚ ହୋଇ ସାଇକେଲ ଯୋଗେ ଘରକୁ ଫେରିବା ସମୟରେ ହାତୀ ହାବୁଡରେ ପଡ଼ିଥିଲେ। ହାତୀ ଭଜଙ୍କୁ ସାଇକେଲ ସହିତ ଟେକି କଚାଡ଼ି ଦେବାରୁ ସେ ଗୁରୁତର ହୋଇଥିଲେ। ଭତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।