Categories: ଜାତୀୟ

ଝିଅ ବେଶରେ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ,୧୬ା୧:ପଞ୍ଜାବ ଫରିଦକୋଟ୍‌ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। କୋଟକପୁରାର ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ଗତ ୭ ତାରିଖରେ ସ୍ବାସ୍ଥ୍ୟକର୍ମୀ ପରୀକ୍ଷା ଚାଲିଥିବାବେଳେ ଫାଜିଲ୍‌କାର ଆଗ୍ରେଜ ସିଂ ତାଙ୍କ ଗର୍ଲଫ୍ରେଣ୍ଡ ପରମଜିତ୍‌ଙ୍କ ଭଳି ବେଶରେ ପରୀକ୍ଷା ଦେଉଥିଲେ। ସେ ନାଲି ଚୁଡ଼ି, ବିନ୍ଦି, ଲିପ୍‌ଟେକ୍‌ ଲଗାଇବା ସହ ମହିଳା ପରିଧାନ ପିନ୍ଧିଥିଲେ। ପରୀକ୍ଷା ହଲ୍‌ରେ ନିୟୋଜିତ ଥିବା ୟୁନିଭର୍ସିଟି କର୍ମଚାରୀ ଜାଲିଆତି ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ। ଆଗ୍ରେଜ ନିଜକୁ ପରମଜିତ ଭାବେ ପ୍ରମାଣିତ କରିବା ପାଇଁ ଜାଲ ଭୋଟର ଏବଂ ଆଧାର କାର୍ଡ ବ୍ୟବହାର କରିଥିଲେ। ତେବେ ବାୟୋମେଟ୍ରିକ୍‌ ଉପକରଣରେ ତାଙ୍କ ଆଙ୍ଗୁଠି ଛାପ ମେଳ ନ ଖାଇବାରୁ ସେ ଧରାପଡ଼ିଯାଇଥିଲେ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share