କଲେଜ ଛକରେ ବସିଥିଲେ ଯୁବକ: ୧୦ରୁ ଅଧିକ ଆସି ନିର୍ଧୂମ ଛେଚିଲେ

ପଦ୍ମପୁର,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜ ଆଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ। ବୁଧବାର ରାତିରେ ପ୍ରଫୁଲ୍ଲ କରଞ୍ଜ ଆଡ଼ିଆ କଲେଜ ଛକଠାରେ ବସିଥିବା ବେଳେ ୧୦ରୁ ଊଦ୍ଧର୍‌ବ ଯୁବକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଥାନାରେ କେସ ନଂ ୨୨୫/୨୧ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।