Categories: ଖେଳ

୧୪୩୬ କିମି ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଏହି ଯୁବକ: ଧୋନୀଙ୍କୁ ଭେଟି କହିଲେ…

ରାଞ୍ଚି,୧୮।୧୧:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଦେଇସାରିଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନାହିଁ। ନିକଟରେ ତାଙ୍କର ଜଣେ ନିଆରା ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଧୋନୀଙ୍କ ସହ କେବଳ ଥରେ ସାକ୍ଷାତ ପାଇଁ ହରିୟାଣାଠାରୁ ୧୪୩୬ କିଲୋମିଟର ଚାଲି ରାଞ୍ଚିରେ ପହଞ୍ଚିଛନ୍ତି ଅଜୟ ଗିଲ। ଏଠାରେ ପହଞ୍ଚି ମାହିଙ୍କୁ ଭେଟିଥିଲେ। ଅଜୟ ଧୋନୀଙ୍କୁ ଭେଟି ତାଙ୍କୁ ଆଲିଙ୍ଗନ କରି କହିଥିଲେ, ମୁଁ ମଧ୍ୟ ତୁମକୁ ଭଲ ପାଏ। ଧୋନୀ ନିଜେ ଅଜୟଙ୍କୁ ବିମାନ ଯୋଗେ ହରିୟାଣାକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ। ମାହି କେବଳ ହରିୟାଣାରୁ ରାଞ୍ଚିରେ ପହଞ୍ଚିଥିବା ଅଜୟ ଗିଲଙ୍କୁ ଭେଟି ନାହାଁନ୍ତି, ବରଂ ତାଙ୍କୁ ତାଙ୍କ ଫାର୍ମ ହାଉସ ଭିତରେ ମଧ୍ୟ ଡାକିଥିଲେ। ଏକତ୍ର ସେଲଫି ପାଇଁ ପୋଜ ଦେଇଥିଲେ। ତାଙ୍କ ଡ୍ରେସ୍‌ରେ ଅଟୋଗ୍ରାଫ ଦେଇ ଶୁଭକାମନା ଜଣାଇ ଫ୍ଲାଇଟ ଟିକେଟ ଦେଇଥିଲେ। ଧୋନୀ ନିଜ ଫାର୍ମ ହାଉସରେ ଅଜୟଙ୍କ ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ, ହରିୟାଣାର ଜଲାନ ଖେଡାର ୧୮ ବର୍ଷୀୟ ଅଜୟ ଗିଲ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ। ଧୋନୀଙ୍କୁ ଭେଟିବା ପାଇଁ ସେ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ଚାଲି ଚାଲତ ରାଞ୍ଚିରେ ପହଞ୍ଚିଥିଲେ। ଗତ ଥର ସେ ୧୬ ଦିନରେ ୧୪୩୬ କିମି ଚାଲିଛନ୍ତି। ଏଥର ତାଙ୍କ ୧୮ ଦିନ ଲାଗିଥିଲା। ମାହିଙ୍କ ଭେଟି ସେ କହିଛନ୍ତି ମୋ ଜୀବନ ଧନ୍ୟ ହୋଇଗଲା। ମୁଁ ଶପଥ ନେଇଥିଲି, ଧୋନୀଙ୍କୁ ଭେଟିବା ଆଶୀର୍ବାଦ ନ ନେବା ଯାଏ, ମୁଁ କ୍ରିକେଟ୍‌ ଖେଳିବା ଆରମ୍ଭ କରିବି ନାହିଁ। ଅଗଷ୍ଟ ୧୫, ୨୦୨୦, ଧୋନୀଙ୍କ ସହ ମୁଁ ବି କ୍ରିକେଟ୍‌ ଖେଳିବା ଛାଡିଦେଇଥିଲି। ଏବେ ମୁଁ ପୁଣି କ୍ରିକେଟ୍‌ ଖେଳିବା ଆରମ୍ଭ କରିବି ବୋଲି ସେ କହିଛନ୍ତି।

Share