Posted inଖେଳ

୧୪୩୬ କିମି ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଏହି ଯୁବକ: ଧୋନୀଙ୍କୁ ଭେଟି କହିଲେ…

ରାଞ୍ଚି,୧୮।୧୧:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଦେଇସାରିଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନାହିଁ। ନିକଟରେ ତାଙ୍କର ଜଣେ ନିଆରା ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଧୋନୀଙ୍କ ସହ କେବଳ ଥରେ ସାକ୍ଷାତ ପାଇଁ ହରିୟାଣାଠାରୁ ୧୪୩୬ କିଲୋମିଟର ଚାଲି ରାଞ୍ଚିରେ ପହଞ୍ଚିଛନ୍ତି ଅଜୟ ଗିଲ। ଏଠାରେ ପହଞ୍ଚି ମାହିଙ୍କୁ ଭେଟିଥିଲେ। ଅଜୟ ଧୋନୀଙ୍କୁ ଭେଟି ତାଙ୍କୁ ଆଲିଙ୍ଗନ କରି କହିଥିଲେ, ମୁଁ ମଧ୍ୟ ତୁମକୁ ଭଲ ପାଏ। ଧୋନୀ ନିଜେ ଅଜୟଙ୍କୁ ବିମାନ ଯୋଗେ ହରିୟାଣାକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ। ମାହି କେବଳ ହରିୟାଣାରୁ ରାଞ୍ଚିରେ ପହଞ୍ଚିଥିବା ଅଜୟ ଗିଲଙ୍କୁ ଭେଟି ନାହାଁନ୍ତି, ବରଂ ତାଙ୍କୁ ତାଙ୍କ ଫାର୍ମ ହାଉସ ଭିତରେ ମଧ୍ୟ ଡାକିଥିଲେ। ଏକତ୍ର ସେଲଫି ପାଇଁ ପୋଜ ଦେଇଥିଲେ। ତାଙ୍କ ଡ୍ରେସ୍‌ରେ ଅଟୋଗ୍ରାଫ ଦେଇ ଶୁଭକାମନା ଜଣାଇ ଫ୍ଲାଇଟ ଟିକେଟ ଦେଇଥିଲେ। ଧୋନୀ ନିଜ ଫାର୍ମ ହାଉସରେ ଅଜୟଙ୍କ ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ, ହରିୟାଣାର ଜଲାନ ଖେଡାର ୧୮ ବର୍ଷୀୟ ଅଜୟ ଗିଲ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ। ଧୋନୀଙ୍କୁ ଭେଟିବା ପାଇଁ ସେ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ଚାଲି ଚାଲତ ରାଞ୍ଚିରେ ପହଞ୍ଚିଥିଲେ। ଗତ ଥର ସେ ୧୬ ଦିନରେ ୧୪୩୬ କିମି ଚାଲିଛନ୍ତି। ଏଥର ତାଙ୍କ ୧୮ ଦିନ ଲାଗିଥିଲା। ମାହିଙ୍କ ଭେଟି ସେ କହିଛନ୍ତି ମୋ ଜୀବନ ଧନ୍ୟ ହୋଇଗଲା। ମୁଁ ଶପଥ ନେଇଥିଲି, ଧୋନୀଙ୍କୁ ଭେଟିବା ଆଶୀର୍ବାଦ ନ ନେବା ଯାଏ, ମୁଁ କ୍ରିକେଟ୍‌ ଖେଳିବା ଆରମ୍ଭ କରିବି ନାହିଁ। ଅଗଷ୍ଟ ୧୫, ୨୦୨୦, ଧୋନୀଙ୍କ ସହ ମୁଁ ବି କ୍ରିକେଟ୍‌ ଖେଳିବା ଛାଡିଦେଇଥିଲି। ଏବେ ମୁଁ ପୁଣି କ୍ରିକେଟ୍‌ ଖେଳିବା ଆରମ୍ଭ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri