Categories: ଫୁରସତ

ପ୍ରେମିକାଙ୍କୁ ଭେଟିବା ପାଇଁ ନବବିବାହିତାଙ୍କ ବେଶରେ ପହଞ୍ଚିଲେ ପ୍ରେମିକ; ପରେ ଘଟିଲା କିଛି …

ନୂଆ ନୂଆ ପ୍ରେମରେ ପଡ଼ିଥିବା ବ୍ୟକ୍ତି ସାଥୀଙ୍କୁ ଭେଟିବାକୁ ଆତୁର ହୋଇପଡ଼ନ୍ତି। ହେଲେ ଅନେକ ସମୟରେ ଏହା ମହଙ୍ଗା ପଡ଼ିପାରେ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଭଦୋହୀ ଜିଲାରେ। ଏଠାରେ ଜଣେ ଯୁବକ ପ୍ରେମିକାଙ୍କୁ ଭେଟିବା ପାଇଁ ନବ ବିବାହିତାଙ୍କ ବେଶ ଧାରଣ କରିଥିଲେ। ଏଭଳି କରିବା ଦ୍ୱାରା ତାଙ୍କ ଉପରେ କାହାର ସନ୍ଦେହ ହେବ ନାହିଁ ବୋଲି ତାଙ୍କର ଧାରଣା ଥିଲା। ହେଲେ ଘଟିଲା କିଛି ଓଲଟା।

ପ୍ରେମିକାଙ୍କ ଘରେ ନୂଆବୋହୂ ବେଶରେ ପହଞ୍ଚିଥିଲେ ପ୍ରେମିକ। ହେଲେ କେଜାଣି କାହିଁକି ପରିବାରଲୋକଙ୍କୁ ସନ୍ଦେହ ହୋଇଥିଲା। ଫଳରେ ସେମାନେ ଓଢ଼ଣା ଟେକି ମୁହଁ ଦେଖାଇବାକୁ କହିଥିଲେ। ହେଲେ ସେ ମନା କରି ଚାଲିଥିଲେ। ଶେଷରେ ସନ୍ଦେହକୁ ଦୂର କରିବାକୁ ଯାଇ ପରିବାରର ଜଣେ ସଦସ୍ୟ ଓଢ଼ଣା ଟେକି ଯାହା ଦେଖିଲେ ଚକିତ ହୋଇଗଲେ। ସେ ଏବଂ ଅନ୍ୟମାନେ ଯୁବକଙ୍କୁ ଦୁଇ ଚାରି ଚାପୁଡ଼ା ମାରିବା ସହ କେଉଁଆଡେ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଭୟରେ ଯୁବକଜଣଙ୍କ ଘରୁ ବାହାରକୁ ଚାଲିଆସିଥିଲେ। ପରେ ତାଙ୍କର ଭିଡିଓ ଶୁଟିଂ କରିବା ସମୟରେ ସେ ମଉକା ଦେଖି ଖସି ପଳାଇବାରେ ସଫଳ ହୋଇଥିଲେ। ଅପରପକ୍ଷେ ଯୁବତୀଙ୍କ ଘର ଲୋକେ ସମ୍ମାନ ହାନୀ ଆଶଙ୍କାରେ ଥାନାରେ ଅଭିଯୋଗ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଉକ୍ତ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଇ ଯୁବକଜଣଙ୍କ ଭାରି ସାହସୀ ବୋଲି ମଜା କରୁଛନ୍ତି।

Share