Posted inଫୁରସତ

୧୦ ଲକ୍ଷ ଖର୍ଚ୍ଚ କରି ୨୦ ଗର୍ଲଫ୍ରେଣ୍ଡ୍‌ କଲେ ଯୁବକ, ଏହି କାରଣ ପାଇଁ ନେଲେ ଏପରି ନିଷ୍ପତ୍ତି

ବିଶ୍ୱର କିଛି ଦେଶରେ ଯୁବତୀ ଯୁବକ ଡେଟିଂ, ଲଭ୍‌ ଏବଂ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରିଥାନ୍ତି। ଠିକ୍‌ ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକ ରିଲେସନଶିପ୍‌ରେ ଏକ ନୂଆ କନ୍‌ସେପ୍ଟ ଆରମ୍ଭ କରିଛନ୍ତି। କିଛି ବର୍ଷ ହେବ ସେ ଜଣେ କି ଦୁଇଜଣ ନୁହେଁ, ଏକାସାଙ୍ଗରେ ୨୦ ଯୁବତୀଙ୍କ ସହ ଡେଟ୍‌ କରୁଛନ୍ତି।

ଆମେରିକାରେ ରହଥିବା ସେଟ୍‌ ସ୍କୋଲଫ କଲେଜରେ ପଢୁଥିବା ସମୟରେ ସେ ଭାବୁଥିଲେ ଏବେ ପାଠ ପଢ଼ିବା ସମୟ ତେଣୁ ଡେଟ୍‌ ପାଇଁ ସମୟ ବାହାର କରିପାରିବେ ନାହିଁ। ସେ ୟୁନିଭରସିଟି ଅଫ୍‌ ଚିକାଗୋରୁ ଫିଲୋସଫି ଏବଂ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିଛନ୍ତି। ୨୮ ବର୍ଷ ବୟରେ ସେ ଏକ ହାଇପ୍ରୋଫାଇଲ ଜବ୍‌ କରିଥିଲେ।

ଏକ ସାକ୍ଷାତକାରରେ ସେଟ୍‌ କହିଛନ୍ତି, ମୋ ଚାକିରି ମୋ ପାଇଁ ସବୁଠୁ ବଡ଼। ମୋତେ ଅଧିକ ସମୟ କାମ କରିବାକୁ ପଡ଼ିଥାଏ। ତେଣୁ ମୁଁ ବିଶ୍ୱର ଡେଟିଂ ଆପ୍ସରେ ସମୟ ନଷ୍ଟ କରିବାକୁ ଚାହେଁନାହିଁ। କିନ୍ତୁ ଯୁବତୀମାନେ ତାଙ୍କୁ ଖୁବ୍‌ ପସନ୍ଦ କରୁଥିଲେ। ସୁଗାର ଡେଟିଂରେ ସମୟ ନଷ୍ଟ ନ କରି ସେଟ୍‌ ଗର୍ଲଫ୍ରେଣ୍ଡଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ଯେଉଁମାନେ ସୁନ୍ଦରୀ ଯୁବତୀ ଏବଂ ସେମାନଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବଜାୟ ରଖିବା ପାଇଁ ସୁଗାର ଆପ୍‌କୁ ଯାଇଥାନ୍ତି।

ସେଟ୍‌ କୁହନ୍ତି, ଗତ ୬ ବର୍ଷ ମଧ୍ୟରେ ୧୦ ହଜାର ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୦ ଲକ୍ଷ ଟଙ୍କା ୨୦ ଜଣ ଯୁବତୀଙ୍କ ପିଛାରେ ଖର୍ଚ୍ଚ କରିସାରିଲେଣି। ଫାଇଭ୍‌ ଷ୍ଟାର ହୋଟେଲରେ ଖାଇବା ଦେବା, ହାଇ ପ୍ରୋଫାଇଲ ରେଷ୍ଟୁରାଣ୍ଟରେ ଡିନର କରିବା, ଡିଜାଇନର ବ୍ୟାଗ୍‌ କିଣିଦେବାରେ ଅର୍ଥ ପାଣି ପରି ଖର୍ଚ୍ଚ କରିଛନ୍ତି। ସେ କହିଛନ୍ତି, ମୋର ଦୀର୍ଘଦିନ ସମ୍ପର୍କ ଥିଲା। ଏନେଇ ଲୋକଙ୍କ ମନରେ ଖରାପ ଧାରଣା ରହିଛି। ମାତ୍ର ସେମିତି କିଛି ନୁହେଁ। ଏହି ୬ ବର୍ଷ ମଧ୍ୟରେ ସେ ରିଲେସନଶିପ୍‌ଷର ରହିବା ପରେ ନିଜର ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ୍‌ କରିଛନ୍ତି। ସେ କହିଛନ୍ତି, ସେ ଏହି ଓ୍ବେବ୍‌ସାଇଟ୍‌ ଜରିଆେରେ ଅଧିକରୁ ଅଧିକ ନକଲି ସୁଗାର ଚାଇଲ୍ଡ ପ୍ରୋଫାଇଲ ହଟାଇବାକୁ ଚାହାନ୍ତି। ତେଣୁ ତାଙ୍କ ଓ୍ବେବ୍‌ସାଇଟ୍‌ ସାହାଯ୍ୟରେ ଅନେକ ଲୋକ ରିଲେସନଶିପ୍‌ରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri