ବାଣଫୁଟି ଯୁବକ ଗୁରୁତର

ଖଇରା,୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା କ୍ଷିରିପଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବାଣ ଫୁଟାଉଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୁହଁ ପୋଡି ସେ ଗୁରୁତର ହୋଇଛନ୍ତି। ଗୁରୁତ ହେଲେ ସେକ ସକରୁଦ୍ଦିନ। ତାଙ୍କୁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି।