Categories: ଫୁରସତ

୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ

ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ ତାଙ୍କର ଲକ୍ଷ୍ୟ ରହିଛି ସେ ୩୬୫ ଯୁବତୀଙ୍କ ସହ ଡେଟ୍‌ରେ ଯିବେ। ସୁନ୍ଦର ଇତିମଧ୍ୟରେ କାହାକୁ ବିବାହ କରିଛନ୍ତି ତ ଆଉ କାହାକୁ ଡିଭର୍ସ ଦେଇସାରିଛନ୍ତି। ଆଉ କାହା ସହ ରୋମାନ୍ସ କରୁଛନ୍ତି। ଜାଣନ୍ତୁ ସୁନ୍ଦରଙ୍କ ଆଉ କ’ଣ ସବୁ ଇଚ୍ଛା ରହିଛି…

ସୁନ୍ଦର ଜଣେ ତାମିଲ ଅଭିନେତା ସହିତ ଜଣେ ଡ୍ୟାନ୍ସର, ଫଟୋଗ୍ରାଫର ମଧ୍ୟ। ସେ କିଛି ବର୍ଷ ମଧ୍ୟରେ ୩୩୫ ଜଣ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। ଆହୁରି ୩୦ ଡେଟ୍‌ ବାକି ଅଛି।

ଏକ ସାକ୍ଷାତକାରରେ ସୁନ୍ଦର କହିଛନ୍ତି, ମୁଁ ବହୁତ ରୋମାଣ୍ଟିକ୍‌। ପ୍ରତିଦିନ ମୁଁ ପ୍ରେମ ଖୋଜିଥାଏ। ଏଥିପାଇଁ ସେ ‘ଡେଟିଂ ପୋଜେକ୍ଟ’ ୨୦୧୫ରେ ଆରମ୍ଭ କରିଥିଲେ। ସୁନ୍ଦର ଯେଉଁ ଯୁବତୀମାନଙ୍କ ସହ ଡେଟ୍‌ରେ ଯାଇଛନ୍ତି ସେମାନଙ୍କ ମଧ୍ୟରୁ କିଏ ଅଭିନେତ୍ରୀ ତ ଆଉ କିଏ ମଡେଲ। ଆଉ କେହି ଶିକ୍ଷୟିତ୍ରୀ ତ ଆଉ କିଏ ରାଜନେତ୍ରୀ। ଖାସ୍‌ କଥା ହେଲା ସୁନ୍ଦରଙ୍କ ଏହି ଯୁବତୀମାନଙ୍କ ମଧ୍ୟରେ ଜଣେ ୧୦୫ ବର୍ଷର ବୃଦ୍ଧା ମଧ୍ୟ ଡେଟ୍‌ରେ ଯାଇଛନ୍ତି। ସେ ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି। ସୁନ୍ଦର ଜାତି ଧର୍ମ ବର୍ଣ୍ଣ କିଛି ଦେଖନ୍ତି ନାହିଁ। ତାଙ୍କୁ ଯିଏ ଭଲ ଲାଗେ ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି।

ସୁନ୍ଦର କୁହନ୍ତି, ଦିଲ୍ଲୀର ଗ୍ୟାଙ୍ଗରେପ୍‌ ଘଟଣା ତାଙ୍କୁ ଦୋହଲାଇ ଦେଇଥିଲା। ଏହି ଘଟଣା ପରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ତେଣୁ ସେ ଏପରି ଡେଟ୍‌ରେ ଯିବାକୁ ଚିନ୍ତା କରିଥିଲେ। ସେ କହିଛନ୍ତି, ପ୍ରଥମେ ମୋ’ ଚିହ୍ନାଜଣା ଯୁବତୀଙ୍କ ସହ ଡେଟ୍‌ରେ ଯାଉଥିଲି। ଏବେ କିନ୍ତୁ ଦେଶ ବିଦେଶର ଯୁବତୀମାନଙ୍କ ସହ ଯାଉଛି। ଭାରତ ବ୍ୟତୀତ ସେ ଭିଏତନାମା, ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କାର ଯୁବତୀମାନଙ୍କ ସହ ଡେଟ୍‌ରେ ବି ଯାଇଛନ୍ତି। ତାଙ୍କ କହିବା କଥା ଏହା ପଛରେ ମୋର କେବଳ ଗୋଟିଏ ଉଦ୍ଦେଶ୍ୟ। ସେହି ଉଦ୍ଦେଶ୍ୟ ହେଲା ଲିଙ୍ଗଗତ ସମାନତା। ମୁଁ ପୁରୁଷ ସେ ମହିଳା ଏହି ଭେଦଭାବ ମନରୁ ଦୂରେଇ ଯାଉ।

Share