ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ରାଇରଙ୍ଗପୁର,୩୦ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଭୋଳ ବେଢ଼ା ଗ୍ରାମରେ ରାଖୀ ପୂର୍ଣ୍ଣିମା ( ବୁଧବାର ) ଏକ ଦୁଃଖଦ ଘଟଣା ଘଟିଛି। ଉକ୍ତ ଗ୍ରାମର ପରମେଶ୍ବର ଗିରିଙ୍କ ପୁଅ ଦୀପକ(୩୫) ଆଜି ସକାଳେ ତାଙ୍କ ଗ୍ରାମ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖବର ପାଇ ପରିବାର ଲୋକେ ପୋଖରୀ ନିକଟରେ ପହଞ୍ଚି ପାଣିରେ ଭାସୁଥିବା ଦୀପକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ମୃତ ଦୀପକଙ୍କ ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାରଙ୍କୁ ହସ୍ତାନ୍ତର କରିଛି। ପୋଲିସ ପକ୍ଷରୁ ଏନେଇ କେସ୍‌ ନଂ ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।