ଚିତ୍ରୋତ୍ପଳା ନଦୀରେ ଭାସିଗଲେ ଯୁବକ

ସାଲେପୁର,୧୯।୧(ଡି.ଏନ୍‌.ଏ.):  ସାଲେପୁର ଥାନା ଅଧୀନ ହରିଚନ୍ଦନପୁର ବଉଳେଇ ଠାକୁରାଣୀ ପୀଠ ନିକଟ ଚିତ୍ରୋପତ୍ଳା ନଦୀରେ ଭାସି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏହି ଗ୍ରାମର ବୀରକିଶୋର ଦାଶଙ୍କ ପୁଅ ତାରାକାନ୍ତ ଦାଶ (୩୪)। ସେ କେତେଜଣ ସାଙ୍ଗଙ୍କ ସହ ବଉଳେଇ ଠାକୁରାଣୀଙ୍କ ପୀଠକୁ ବଣଭୋଜି କରିବାକୁ ଆସିଥିଲେ। ଏହି ସମୟରେ ସେ ନଦୀକୁ ଗାଧୋଇବାକୁ ଯାଇ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସାଲେପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନଦୀରୁ ତାରାକାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଥାନାରେ ଅପମୃତ୍ୟୁ ମାମଲା (ନଂ.୧/୨୧) ରୁଜୁ କରିଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନା ପଠାଇଛି।