ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ ଚଢି ଯାଇଥିଲେ। ତାଙ୍କୁ ଯେତେ କହିଲେ ବି ସେ ଓହ୍ଲାଇ ନ ଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ଯୁବକ ଜଣକ ତରଭା ସହର ସୁନାରିପଡାର ସୁମିତ ସାହୁ(୨୭) ବୋଲି ଜଣାପଡିଥିଲା।

ଖବର ପାଇ ତରଭା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଦମକଳ ବାହିନୀର ଦୁଇ ଜଣ ଟାୱାର ଉପରକୁ ଚଢି ଯୁବକଙ୍କୁ ବୁଝାଶୁଝା କରି ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲେ। ତାଙ୍କୁ ତୁରନ୍ତ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତରଭା ଥାନା ଏସଆଇ ରବୀନ୍ଦ୍ର ସାହୁ, ଏଏସଆଇ ସୁଧୀର ଜେନାଙ୍କ ସହ ପୋଲିସ କର୍ମଚାରୀ ଓ ଅଗ୍ନିଶମ ଅଧିକାରୀ ଅନିଲ ମିଶ୍ରଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ଯୁବକ ଜଣକ ଟାଓ୍ୱାରକୁ କାହିଁ ଚଢିଥିଲେ ତାହାର କାରଣ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟି ବଢ଼ିଲା: ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ସ୍କୁଲ ଆସିବେନି ଛାତ୍ରୀଛାତ୍ର

ଚଣ୍ଡିଗଡ଼,୯ା୧: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ...

ହିମାଚଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

ନାହନ,୯।୧: ହିମାଚଳ ପ୍ରଦେଶରେ ଏକ ବସ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ ଗଭୀର ଗର୍ତ୍ତରେ ଖସିପଡ଼ିଛି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ...

IPLରୁ ବିଦା ହୋଇଥିବା ମୁସ୍ତାଫିଜୁର ରହମାନ କୋଟି କୋଟିର ମାଲିକ, ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୯।୧: ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ୍‌ ଦିଆଯାଇଛି। BCCI ନିର୍ଦ୍ଦେଶ ପାଳନ କରି, କୋଲକାତା ନାଇଟ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ବାଦ୍‌...

ପକ୍ଷୀପ୍ରେମୀଙ୍କ ପାଇଁ ଖୁସି ଖବର: ଭତ୍ରାଡ୍ୟାମରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଡିସେମ୍ୱରରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁ ଆରମ୍ଭରୁ ପ୍ରାୟ ୧୨ରୁ ଅଧିକ ବିଦେଶୀ ପ୍ରଜାତିର ପରିବ୍ରାଜକ...

ଅପମିଶ୍ରିତ, ଭେଜାଲ ଖାଦ୍ୟ ହେଉଛି ପ୍ରସ୍ତୁତ, ଅଭିଯୋଗ କଲେ ଦୋକାନୀ ଦେଉଛନ୍ତି ଏଭଳି ଧମକ

ଗଞ୍ଜାମ,୯।୧(ବିଦ୍ୟାଧର ସାହୁ ): ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ଗଞ୍ଜାମ ସହରରେ ଅପମଶ୍ରିତ, ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ସହର...

PUCCକୁ ନେଇ ହାଇକୋର୍ଟଙ୍କ ବଡ଼ ନୋଟିସ

କଟକ,୯।୧: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ...

ପୋଲିସ ଗାଡ଼ିରେ ନାହିଁ ପିୟୁସି

କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି...

ସୁଧୁରୁନି ବାଂଲାଦେଶ: ପୁଣି ICC ନିକଟରେ କଲା ଗୁହାରି

ନୂଆଦିଲ୍ଲୀ,୯।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri