Categories: ଜାତୀୟ

ରାତି ୨.୩୦ରେ ପୋଲିସକୁ ଫୋନ କରି ୨ ବୋତଲ ବିୟର୍‌ ମାଗିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ୍‌,୧୨।୫: ତେଲେଙ୍ଗାନାରେ ଜଣେ ଯୁବକ ମଦ ନିଶାରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି, ଯାହାକୁ କେହି ସହଜେ ଭାବି ପାରିବେ ନାହିଁ। ଜଣେ ୨୨ ବର୍ଷ ବର୍ଷୀୟ ଯୁବକ ରାତି ୨.୩୦ରେ ୧୦୦ ଡାଏଲ କରି ଦୁଇ ବୋତଲ ବିୟର ଆଣିବାକୁ ପୋଲିସକୁ କହିଥିଲେ। ଏହି ଘଟଣା ତେଲେଙ୍ଗାନାର ବିକାରାବାଦ ଜିଲାରେ ଘଟିଛି।
ହାଇଦ୍ରାବାଦରେ ରହୁଥିବା ଦୌଲତାବାଦର ମଧୁ ନାମକ ଜଣେ ଯୁବକ ୧୦୦ ନମ୍ବରକୁ ଡାଏଲ କରି କହିଥିଲେ, ତାଙ୍କୁ ଏକ ଟିମ୍‌ ତାଙ୍କୁ ଆକ୍ରମଣ କରିବାକୁ ଧମକ ଦେଉଛି। ପାଟ୍ରୋଲିଂ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ମଦ୍ୟପ ଅବସ୍ଥାରେ ପାଇଥଲା। ନିକଟରେ ଏକ କାର୍ଯ୍ୟକ୍ରମ ଚାଲିଥିଲା। ପୋଲିସ ଯୁବକଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିବାରୁ, ସେ ସେମାନଙ୍କୁ ଦୁଇଟି ବୋତଲ ବିୟର ଆଣିବାକୁ କହିଥିଲେ। ପୋଲିସ ମଧୁଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କୁ ପରାମର୍ଶ ଦିଆଯାଇ ମୁକ୍ତ କରାଯାଇଥିଲା।

Share