ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ୍‌ କରି ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଶୁଣିବାକୁ ଆର୍ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଘଟଣା ଘଟିଛି ରୁଷରେ। ବର୍ଗର ଖାଇବା ପାଇଁ ହେଲିକପ୍ଟରରେ ଉଡିଥିବା ବ୍ୟକ୍ତିଙ୍କ ନାମ ହେଉଛି ଭିକ୍ଟୋର ମାର୍ଟିିନୋଭ। ସେ ଜାହାଜ ବ୍ୟବସାୟରେ ଅଛନ୍ତି।

ରେଷ୍ଟୁରାଣ୍ଟରେ ପହଞ୍ଚିବା ପାଇଁ ଭିକ୍ଟର ହେଲିକପ୍ଟର ଯୋଗେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଗର୍ଲଫ୍ରେଣ୍ଡଙ୍କ ସହିତ ସେ ବର୍ଗର ଖାଇବା ପାଇଁ ହେଲିକପ୍ଟରରେ ପହଞ୍ଚିଥିଲେ। ବାସ୍ତବରେ, ୩୩ ବର୍ଷୀୟ ଭିକ୍ଟର କ୍ରିମିଆ ଛୁଟି କାଟୁଥିଲେ, ଯେଉଁ ସମୟରେ ତାଙ୍କୁ ମ୍ୟାକଡୋନାଲ୍ଡର ବରଗର ଖାଇବାକୁ ଡକାଯାଇଥିଲା। ଏହା ପରେ ସେ କ୍ରାସନୋନଡର ଯାତ୍ରା କରିଥିଲେ। ସେ ହେଲିକପ୍ଟର ଯୋଗେ ପ୍ରାୟ ୩୬୦ କିଲୋମିଟର ଦୂରରେ ଥିବା ମ୍ୟାକଡୋନାଲ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ତାଙ୍କର ରେଷ୍ଟୁରାଣ୍ଟ ବିଲ ପ୍ରାୟ ୪,୮୫୯ ଟଙ୍କା ହୋଇଥିଲା। ଏଥିସହିତ ହେଲିକପ୍ଟର ଭଡା କମ୍ପାନୀ କହିଛି ଯେ, ପୂର୍ବରୁ ଏମିତି କେବେ ଘଟି ନ ଥିଲା। ଜଣେ ବ୍ୟକ୍ତି ବର୍ଗର ଖାଇବା ପାଇଁ ହେଲିକପ୍ଟରରେ ବୁକିଂ କରି ନ ଥଲେ।

Share