ବଲାଙ୍ଗୀର,୧।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ଗାଁରେ ଜଣେ ଯୁବକ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଗଲପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାଁ ଶିବ ଶଙ୍କର ପଟେଲ (୨୬) । ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । କେଉଁ କାରଣରୁ ଯୁବକ ଜଣଙ୍କ କୀଟନାଶକ ଔଷଧ ଖାଇଲେ ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।


