ଅନ୍‌ଲାଇନ ଗେମ୍‌ ଲାଗି ଯୁବ ଇଞ୍ଜିନିୟରଙ୍କ ଜୀବନ ଗଲା

ଜଳେଶ୍ୱର, ୧୬।୩(ଡି.ଏନ.ଏ.): ଅନଲାଇନରେ ଗେମ୍‌ ଖେଳି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଲାଳସା ଯୁବପିଢିଙ୍କୁ କବଳିତ କରିଛି। ହେଲେ ଅନେକ ସମୟରେ ତାଙ୍କ ଅଜାଣତରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଠକାମିର ଶୀକାର ହେଉଛନ୍ତି। ଶେଷରେ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା ପନ୍ଥାକୁ ବାଛି ନେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଳେଶ୍ୱର ଥାନା ଆମ୍ବଳିଅଠା ଗାଁରେ। ପୂର୍ବତନ ୱାର୍ଡ଼ ସଦସ୍ୟ ସ୍ବରୂପ ନନ୍ଦୀ ଓ ଅଙ୍ଗନୱାଡ଼ି କର୍ମୀ କଳ୍ପନାଙ୍କର ଏକମାତ୍ର ପୁଅ ସୌମିତ୍ର ନନ୍ଦୀ(୨୭) ଏଭଳି ଅନଲାଇନ ଗେମ୍‌ର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି।
ସୌମିତ୍ର ଇଞ୍ଜିନିୟରଂ ପାସ୍‌ କରି ବାଙ୍ଗାଲୋରରେ ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇଥିଲେ। କିନ୍ତୁ ଲକ୍‌ଡାଉନ୍‌ ପରେ ଗାଁକୁ ଆସି ଅନ୍‌ଲାଇନ୍‌ରେ କମ୍ପାନୀ କାର୍ଯ୍ୟ କରିବା ସହ ବଳକା ସମୟରେ ଟ୍ରେଡ଼ିଂ ଆଣ୍ଡ ଗେମିଂରେ ଅଭ୍ୟସ୍ତ ହୋଇଥିଲେ। କେତେକ ଅପରାଧୀ ତାଙ୍କ ନାମରେ ଫେକ୍‌ ଏକାଉଣ୍ଟ ଖୋଲି ଅର୍ଥ ରୋଜଗାର କରିଆସୁଥିଲେ। ଇତି ମଧ୍ୟରେ ସେ ଲକ୍ଷ ଲକ୍ଷ ଟଙ୍କା ହରାଇ ଚାଲିଥିଲେ। କିଛିଦିନ ତଳେ ଜଳେଶ୍ୱର ଥାନାରେ ମାମଲା ରୁଜୁ ହେବାରୁ ପୋଲିସ୍‌ ତାଙ୍କ ଲାପ୍‌ଟପ୍‌ ଓ ମୋବାଇଲ ଜବତ କରିଥିଲା। ପରେ ତାଙ୍କ ବାପା ସ୍ବରୂପ ନନ୍ଦୀ ଜମି ବିକ୍ରି କରି ୧୨ଲକ୍ଷ ଟଙ୍କା ପରିଶୋଧ କରିଥିଲେ। ଅପରାଧୀମାନେ ତାଙ୍କୁ ବାରମ୍ବାର ଅର୍ଥ ମାଗୁଥିବାରୁ ସେ ବହୁ ସମୟରେ ବିଚଳିତ ଅବସ୍ଥାରେ ରହୁଥିଲେ। ଶେଷରେ ପରିସ୍ଥିତି ଜଟିଳ ହେବାରୁ ସୌମିତ୍ର ମାନସିକ ଭାରସାମ୍ୟ ହରାଇ ଏକ ସୁଇସାଇଡ୍‌ ନୋଟ ଲେଖି ଘାସମରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ପ୍ରଥମେ ଜିକେଭଟ୍ଟର ହସ୍‌ପିଟାଲ, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଥିଲେ। ମଙ୍ଗଳବାର ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତଦେହ ଫେରୁଥିବା ବେଳେ କେତେକ ବ୍ୟକ୍ତି ଅଟକାଇ ସେମାନଙ୍କ ଟଙ୍କା ଦାବି କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର ମୃତଦେହ ଗାଁରେ ପହଞ୍ଚତ୍ ନ ଥିଲା। ଉକ୍ତ ସୁଇସାଇଡାଲ ନୋଟ୍‌ରେ ସେ ମା’ବାପାଙ୍କ ପାଖରେ କ୍ଷମା ମାଗିବା ସହ ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?