କୁମ୍ଭୀର ଆତଙ୍କରେ ଯମୁନା ନଦୀ କୂଳବାସୀ

ଯାଜପୁର ଅଫିସ,୧୫ା୬: ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଯମୁନା ନଦୀ କୂଳବାସୀ ଗତ ୮ ମାସ ହେବ କୁମ୍ଭୀର ଆତଙ୍କରେ ରହିଛନ୍ତି। ଯାଜପୁର ବ୍ଲକ ଶିମିଳିଆ ପଞ୍ଚାୟତର ଷଠିଆ, ଟିଗିରି, ମେରକାଶନପୁର, ଦରାଜପୁର ପ୍ରଭୃତି ଗ୍ରାମର ଲୋକ ଏଥିପାଇଁ ନାହିଁ ନଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାଜପୁର ରୋଡ ବନାଞ୍ଚଳ, ଜଙ୍ଗଲ ବିଭାଗ ପକ୍ଷରୁ କୁମ୍ଭୀର ଯାତାୟାତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ ବୋର୍ଡ ମାରି ନିଜର ଦାୟିତ୍ୱ ସମ୍ପାଦନ କରାଯାଇଛି। କିନ୍ତୁ ଅନେକ ମୌଳିକ ସୁବିଧା ଅପହଞ୍ଚ ହୋଇଥିବାରୁ ଏହି ଗ୍ରାମବାସୀ ଯମୁନା ନାଳ ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି।
ଆଖି ଆଗରେ କୁମ୍ଭୀର କୁକୁର ଓ ବାଛୁରୀ ଟାଣି ନେଇଯାଉଛି। ଗ୍ରାମରେ ପାନୀୟ ଜଳ ଓ ଶୌଚାଳୟ ସମସ୍ୟା ରହିଥିବାବେଳେ ତାହାର ସମାଧାନ ହେଉ ନ ଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାଣିକୁ ବ୍ୟବହାର କରୁଛନ୍ତି। କେତେବେଳେ କାହାକୁ କୁମ୍ଭୀର ଟାଣିନେବ ତାହା ଉପରେ ଭରସା ନାହିଁ। ମନରେ ଭୟ ଥିଲେ ବି ଜଣକୁ ବାଡ଼ି ଧରାଇ ଜଗୁଆଳ କରି ପିଲାଠୁ ବୟସ୍କ ଯାଏ ନଦୀରେ ଗାଧୋଇବା ସହ ଗୋରୁ ପାର କରୁଛନ୍ତି। ନଦୀ ଆରପଟେ ଗ୍ରାମବାସୀଙ୍କ ଚାଷ ଜମି ରହିଛି। ଏହି ନଦୀ ଉପରେ କୌଣସି ବ୍ରିଜ୍‌ ନ ଥିବାରୁ ସହଜ ଗମନାଗମନ ସମ୍ଭବ ହୋଇପାରୁନାହିଁ। ହୁଲି ଡଙ୍ଗାରେ ଚାଷୀ ପାର ହେଉଛନ୍ତି। ନଦୀରୁ କୁମ୍ଭୀରକୁ ଉଦ୍ଧାର କରି ଅନ୍ୟତ୍ର ଥଇଥାନ କରିବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ବନ ବିଭାଗ ତାହାକୁ ଗୁରୁତ୍ୱ ଦେଉନାହିଁି। ଏଠାରେ ୩୦୦ ପରିବାର ଲାଗି ମାତ୍ର ୨ଟି ନଳକୂପ ରହିଛି। ଖରାଦିନେ ଆବଶ୍ୟକ ପାଣି ବାହାରୁ ନ ଥିବାରୁ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ କୁମ୍ଭୀରକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି। ଗ୍ରାମବାସୀ ଅରକ୍ଷିତ ଜେନା କୁହନ୍ତି, ଗୋଟିଏ ପଟେ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ପ୍ରତ୍ୟେକ ଘରେ ଶୌଚାଳୟ ଯୋଗାଇ ଦିଆଯାଉଛି। କିନ୍ତୁ ଯମୁନା ନଦୀକୂଳ ଗ୍ରାମବାସୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଶୌଚ ପାଇଁ ଯମୁନା ନଦୀକୂଳ ଉପରେ ନିର୍ଭର କରି ଜୀବନକୁ ବିପଦରେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri