ଡ୍ରାମା କୁଇନ୍‌ଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କଲେ ପୂର୍ବତନ ସ୍ବାମୀ!

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏକ୍ସ-ହଜ୍‌ବ୍ୟାଣ୍ଡ ରିତେଶଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ପ୍ରେମିକ ଆଦିଲ ଖାନ୍‌ଙ୍କ ପ୍ରେମରେ ପଡ଼ିଛନ୍ତି। ପ୍ରେମିକ ତାଙ୍କ ମୁହଁରେ ହସ ଆଣି ଦେଇଥିବା ବେଳେ ଗତକାଲି ଯାହା ଘଟିଲା ଏହା ପରେ ରାଖୀ ମୁମ୍ବାଇର ଓଶଓ୍ବାରା ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ପ୍ରେମିକ ଆଦିଲଙ୍କ ସହ ରାଖୀ ଥାନାରେ ପହଞ୍ଚି ପୂର୍ବତନ ସ୍ବାମୀ ରିତେଶଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ପ୍ରକୃତରେ ରାଖୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି। ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହିତ ତାଙ୍କ ଇମେଲ ମଧ୍ୟ ହ୍ୟାକ ହୋଇଛି। ରାଖୀ କାନ୍ଦି କାନ୍ଦି ଏହି କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋ’ ସୋସିଆଲ ମିଡିଆ ଆକାଉଣ୍ଟରୁ କେହି ଭୁଲ୍‌ ଜିନିଷ ସବୁ ପୋଷ୍ଟ କରୁଛନ୍ତି। ପାଶଓ୍ବାର୍ଡ ଚେଞ୍ଜ୍‌ କଲେ ମଧ୍ୟ ଏପରି ପୋଷ୍ଟ କରାଯାଉଛି।

ରାଖୀ ରିତେଶଙ୍କୁ ଦୋଷାରୋପ କରି କହିଛନ୍ତି ଯେ, ବର୍ତ୍ତମାନ ସେ (ରିତେଶ) ମୋ ଜୀବନକୁ ନଷ୍ଟ କରିବାକୁ ଚାହୁଁଛନ୍ତି କାରଣ ମୁଁ ବର୍ତ୍ତମାନ ଆଦିଲଙ୍କ ସହ ଅଛି। ସେ ଆହୁରି କହିଛନ୍ତି, ରିତେଶ ମୋତେ ବହୁତ କଷ୍ଟ ଦେଉଥିବାରୁ ମୁଁ ପୋଲିସ ଷ୍ଟେଶନକୁ ଆସିଛି। ସେ ମୋର ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌ ଏବଂ ମେଲ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିଛନ୍ତି। ସେ ମୋ’ ନମ୍ବର ଏବଂ ମୋ ନାଁ ସମସ୍ତ ଆକାଉଣ୍ଟରେ ଯୋଡ଼ିଛନ୍ତି। ଯେତେବେଳେ ଆମେ ଏକାଠି ଥିଲୁ, ରିତେଶ ମୋର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକ ପରିଚାଳନା କରୁଥିଲେ ଏବଂ ଆମେ ଅଲଗା ହେବା ପରେ ମୁଁ ପାଶଓ୍ବାର୍ଡ ପରିବର୍ତ୍ତନ କରି ନ ଥିଲି। ମୁଁ ଭାବିଲି ଆମେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଅଲଗା ହୋଇଗଲୁ ଏବଂ ସେ ମୋ ଉପରେ ପ୍ରତିଶୋଧ ନେବେ ନାହିଁ, କିନ୍ତୁ ପ୍ରତିଶୋଧ ନେବାକୁ ସେ ସମ୍ପୂର୍ଣ୍ଣ ମନୋଭାବରେ ଅଛନ୍ତି। ସେ ମୋତେ ସ୍ପଷ୍ଟ ଭାବରେ କହିଛନ୍ତି, ମୋତେ ନଷ୍ଟ କରିଦେବେ। ଇନ୍‌ଷ୍ଟାଗ୍ରାମରୁ ମୁଁ ଟଙ୍କା ରୋଜଗାର କରେ ଆଜି ସେ ଏହାକୁ ବି ହ୍ୟାକ୍‌ କରିଦେଇଛନ୍ତି।

Share