ଭୁଲ୍‌ ଇଞ୍ଜେକ୍‌ସନ ନେଲା ନାବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ

ଝାରସୁଗୁଡ଼ା ଅଫିସ,୧୬ା୬: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ମାଆ। ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛନ୍ତି ପରିବାରବର୍ଗ ଏବଂ ଗ୍ରାମବାସୀ। ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳର ତୁଳସୀ ମହାନନ୍ଦ(୬)ଙ୍କ ମୃତ୍ୟୁ ଭୁଲ ଇଞ୍ଜେକସନ ଯୋଗୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ତୁଳସୀଙ୍କ ମାଆ ପିଙ୍କି ମହାନନ୍ଦ।

ବୁଧବାର ରାତିରେ ତୁଳସୀଙ୍କ ମୃତଦେହ ଥାନା ଆଗରେ ରଖି ଧାରଣାରେ ବସିଥିଲେ ଶତାଧିକ ଗ୍ରାମବାସୀ। ଏନେଇ ସେମାନେ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରି ଚିକିତ୍ସା କରିଥିବା ଡାକ୍ତର ସରୋଜ ପ୍ରଧାନଙ୍କ ନାମରେ ଏତଲା ଦେଇଛନ୍ତି। ସେ ତାଙ୍କ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳର ଝିଅ ତୁଳସୀ ମହାନନ୍ଦଙ୍କ ବେକରେ କିଛି ଫସିଯିବାରୁ ତାଙ୍କୁ ଚିକିତ୍ସା ପାଇଁ ଗାନ୍ଧୀ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସରୋଜ ପ୍ରଧାନ ଦେଖି ତୁଳସୀକୁ ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ନେବା ପରେ ତୁଳସୀ ସଜ୍ଞାହୀନ ହୋଇପଡ଼ିଥିଲେ। ଶେଷରେ ଉପାୟ ନପାଇ ଡାକ୍ତର ସରୋଜ ନିଜ କ୍ଲିନିକ୍‌ ଷ୍ଟାଫ୍‌ଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡଳିଆ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ଅବସ୍ଥା ଜଟିଳ ଥିବା ଜାଣିପାରି ଝାରସୁଗୁଡ଼ା ପଠାଇ ଦେଇଥିଲେ। ଝାରସୁଗୁଡ଼ାରେ ଏକ ଘରୋଇ କ୍ଲିନିକରେ ତୁଳସୀଙ୍କର ଘଟିଥିଲା। ମୃତଦେହ ବ୍ରଜରାଜନଗରରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ଥାନୀୟ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ୫ ଜିଲା ପରିଷଦ ଆସନ ହାତେଇନେଲା ବିଜେଡି

ଝାରସୁଗୁଡ଼ା ଅଫିସ,୨୭।୨: ଝାରସୁଗୁଡ଼ା ଜିଲାର ସମୁଦାୟ ୯ଜିଲା ପରିଷଦ ଜୋନ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ଜିଲା ପରିଷଦ ଜୋନ୍‌ର ଭୋଟ ଗଣତି ହୋଇଥିଲା...

ଲାଞ୍ଚ ନେଇ ମଦ ଫେରାଇବା ଘଟଣା: କନଷ୍ଟେବଳଙ୍କୁ ପାଟଣା ଥାନାରୁ ବଦଳି

ପାଟଣା,୩୧।୧୦(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ...

କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୮ା୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ...

ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ

ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର...

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ: ଗଞ୍ଜାମରେ ୯୦୫ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧୫।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ବେପାରୁଆ ଗାଡ଼ିଚାଳନା, ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା ଉଭୟ ଆଞ୍ଚଳିକ...

ଭୋକରେ ଛାତ୍ରୀଛାତ୍ରଙ୍କ ଜଳୁଛି ପେଟ

ମହାକାଳପଡ଼ା,୨୭।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷା ବିକାଶ ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ୨୦୧୫ ମସିହାଠାରୁ ପ୍ରତିଷ୍ଠା ହୋଇଛି। ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ...

୫୦ ଲକ୍ଷ ଟଙ୍କାର ବାଣ ବୋଝେଇ ଟ୍ରକ ଛାଡି ପଳାଇଲେ ଚାଳକ

ଧରାକୋଟ,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମ ନିକଟ କଲେଜସ୍ଥିତ ପାହାଡ଼ପାଖରୁ ଏକ ବାଣବୋଝେଇ ଟ୍ରକକୁ ବୁଧବାର ରାତିରେ ଧରାକୋଟ ପୋଲିସ ଜବତ କରିଛି।...

ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ବଲାଙ୍ଗୀର ଅଫିସ,୨।୨: ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ଛକ ନିକଟରେ ଥିବା ପତଞ୍ଜଳି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ...

Advertisement
Archives

Model This Week