ଠାକୁରଙ୍କ ପୂଜା ବେଳେ ଟଳି ପଡ଼ିଲେ ପୂଜକ

ଆଳି,୨୨।୫: ଏମିତି ବି ମୃତ୍ୟୁ ଆସେ । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିବା ବେଳେ ଟଳି ପଡିଲେ ପୂଜକ। ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତ ମାସାହାଣି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ପୂଜକ ହେଲେ ସେହି ଗ୍ରାମର ବୈକୁଣ୍ଠ ଶତପଥୀ। ସବୁଦିନ ପରି ଶନିବାର ସେ ଗ୍ରାମରେ ଥିବା ମହାଦେବ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ନୀତିକାନ୍ତି କରୁଥିବା ବୈକୁଣ୍ଠ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଳି ତହସିଲଦାର ତପନ ସେନାପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୂଜକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ଜିଲାରେ ପ୍ରଥମ ୨ କରୋନା ଆକ୍ରାନ୍ତ ଚିହ୍ନଟ: ବିଶ୍ରାରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ

ସୁନ୍ଦରଗଡ଼,୧୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପ୍ରଥମ ଥର ପାଇଁ ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନମୂନା...

ସାମୂହିକ ନିକାହରେ ୪ ହିନ୍ଦୁ ଯୋଡ଼ିଙ୍କ ବିବାହ

ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁରରେ ଆଲା ହଜରତ ୱେଲ୍‌ଫେୟାର କମିଟି ପକ୍ଷରୁ ପ୍ରତିବର୍ଷ ସାମୂହିକ ନିକାହ (ଗଣ ବିବାହ) ଆୟୋଜିତ ହୋଇ ଆସୁଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଗରିବ...

ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

ଅମରପାଲି,୩୧।୧(ଡି.ଏନ୍‌.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ...

ଗାଡ଼ି ଧକ୍କାରେ ମେଡିକାଲ ଛାତ୍ର ଗୁରୁତର : ଚାଳକଙ୍କ ନାମରେ ମାମଲା ରୁଜୁ

ବନ୍ତ,୧୬।୬(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ କେନ୍ଦୁଆପଦା ଛକସ୍ଥିତ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ବାଇକ୍‌ରେ ଆସୁଥିବା ଜଣେ ମେଡିକାଲ ଛାତ୍ରଙ୍କୁ ଏକ ଟାଟା...

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ପ୍ରଶ୍ନୋତ୍ତର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ପ୍ରାକୃତିକ ମନୋରମ ଫଟୋକୁ ଟୁଇଟ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସେ ଅନେକ ସ୍ଥାନ ଭ୍ରମଣ...

୧୫ସୁଦ୍ଧା ବାହାରିପାରେ ବାଣିଜ୍ୟ, ବିଜ୍ଞାନ ଫଳ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ବର୍ତ୍ତମାନ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡିଯାଇଛି। ସିବିଏସ୍‌ଇ...

ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ

ପୁରୀ ଅଫିସ, ୧୬।୬: ଚଳିତ ବର୍ଷ କରୋନା ପାଇଁ ରଥଯାତ୍ରା ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ସମସ୍ତେ ମହାପ୍ରଭୁଙ୍କ...

ଆନ୍ଧ୍ର ବାସିନ୍ଦା, ଓଡ଼ିଶାରେ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌/ ଦିଗପହଣ୍ଡି,୪ା୮(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ହେଲେ ଶିକ୍ଷକତା କରୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ। ବିଶେଷକରି ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା ଏବଂ ଦିଗପହଣ୍ଡି...

Advertisement


Archives

Model This Week