Categories: ଫୁରସତ

ମା’ ସରସ୍ବତୀଙ୍କ ପୂଜାରେ ହଳଦୀ ରଙ୍ଗର ମହତ୍ତ୍ୱ

ସମଗ୍ର ଦେଶରେ ୧୬ ଫେବୃୟାରୀ ଅର୍ଥାତ୍‌ ମଙ୍ଗଳବାର ପୂଜା ପାଇବେ ମା’ ସରସ୍ବତୀ। ମା’ସରସ୍ବତୀଙ୍କୁ ଆରାଧନା କଲେ ଜ୍ଞାନ ପ୍ରାପ୍ତି ହୁଏ। ପ୍ରତିବର୍ଷ ବସନ୍ତ ପଞ୍ଚମୀ ଆଗମନରେ ଲୋକଙ୍କ ମନରେ ଉତ୍ସାହ ଦେଖାଯାଏ। କାରଣ ଶୀତ ସରି ଏହିଦିନଠାରୁ ବସନ୍ତର ଆଗମନ ହୋଇଥାଏ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସରସ୍ବତୀ ବ୍ରହ୍ମାଙ୍କ ମୁଖରୁ ପ୍ରକଟ ହୋଇଥିଲେ। ସେଥିପାଇଁ ଏହିଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ।

ଏହିଦିନରେ ହଳଦୀ ରଙ୍ଗର ମହତ୍ତ୍ୱ ଅଧିକ ଥାଏ। କୁହାଯାଏ, ଭଗବାନ ବିଷ୍ଣୁଙ୍କର ହଳଦିଆ ରଙ୍ଗ ପ୍ରିୟ ଅଟେ। ତେଣୁ ମା’ଙ୍କୁ ସବୁ ହଳଦିଆ ରଙ୍ଗର ସାମଗ୍ରୀ ପ୍ରଦାନ କରାଯାଏ। ହଳଦିଆ ରଙ୍ଗକୁ ଶୁଭ ମନାଯାଏ। ତେଣୁ ବସନ୍ତୀ ପଞ୍ଚମୀ ଦିନ ମା’ଙ୍କୁ ହଳଦିଆ ଫୁଲ, ହଳଦିଆ ବସ୍ତ୍ର, ହଳଦିଆ ମିଷ୍ଟାନ୍ନ ଅର୍ପଣ କରାଯାଏ। ଏହି ଦିନ ମା’ଙ୍କ ନିକଟରେ ନଡ଼ିଆ, କଦଳୀ, କ୍ଷୀର ଆଦି ଭୋଗ ଲାଗିଥାଏ। ବିଶେଷକରି ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜା ପାଇଥାନ୍ତି ମା’ ବାଗ୍‌ଦେବୀ।

Share