Posted inଫୁରସତ

ନିଜ ପାଇଁ କନ୍ୟା ଖୋଜୁଛନ୍ତି ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି

ତୁର୍କୀର ସୁଲତାନ କୋସେନ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି ଭାବେ ଜଣାଶୁଣା। ଏବେ ସେ ତାଙ୍କ ପାଇଁ କନ୍ୟା ଖୋଜୁଛନ୍ତି। ଏଥିପାଇଁ ସେ ତୁର୍କୀରୁ ରୁଷିଆରେ ଯାଇ ପହଞ୍ଚିଛନ୍ତି। ତାଙ୍କ କହିବା କଥା ଏବେ ସେ ସାଥୀରେ କନ୍ୟା ନେଇ ଘରକୁ ଫେରିବେ।

୩୯ ବର୍ଷୀୟ ସୁଲତାନଙ୍କ ଉଚ୍ଚତା ୮ ଫୁଟ ୩ ଇଞ୍ଚ। ତାଙ୍କ ନାମ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଯେ କି ବିଶ୍ୱର ସବୁଠୁ ଲମ୍ବା ବ୍ୟକ୍ତି ଭାବରେ ପରିଗଣିତ। ଏବେ ସେ ନିଜ ପାଇଁ ହଜାର ହଜାର କିଲୋମିଟର ଆସି ଜୀବନସାଥୀ ଖୋଜୁଛନ୍ତି।

ସୁଲତାନ ପୂର୍ବରୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ସିରିଆର ମର୍ବ ଡିବୋ। ତାଙ୍କଠାରୁ ସେ ଛାଡ଼ପତ୍ର ନେଇ ସାରିଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଉଚ୍ଚତା ୫ ଫୁଟ ୯ ଇଞ୍ଚ। ସେ ସୁଲତାନଙ୍କଠାରୁ ୧୦ ବର୍ଷ ସାନ। ଏବେ ସୁଲତାନ ନୂଆ କନ୍ୟା ଖୋଜୁଛନ୍ତି। ଯେମିତିକି ତାଙ୍କ ସହ ଉଚ୍ଚତା ଏବଂ ହୃଦୟ ମେଳ ଖାଉଥିବ।

ସୁଲତାନ କୁହନ୍ତି, ତାଙ୍କ ପ୍ରଥମ ସ୍ତ୍ରୀ ଆରବୀ ଭାଷା କହୁଥିଲେ। କେବେ ବି ତୁର୍କୀ ଭାଷା କୁହନ୍ତି ନାହିଁ। ତେଣୁ ଏଥିରେ ତାଙ୍କୁ ସମସ୍ୟା ହେଲା। ଏମିତି କିଛି ଦିନ ଚଳିବା ପରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା।

ସୁଲତାନଙ୍କୁ ଏକ ଟ୍ୟୁମର ହୋଇଥିଲା। ଏହି କାରଣରୁ ତାଙ୍କର ପିଟ୍ୟୁଟାରୀ ଗ୍ଲାଡ୍‌ ପ୍ରଭାବିତ ହୋଇଥିଲା। ତେଣୁ ତାଙ୍କ ଶରୀର ଆକାର କ୍ରମଶଃ ବଢ଼ି ଚାଲିଲା। ଏବେ ସୁଲତାନ ରୁଷିଆରେ ବିବାହ କରିବାକୁ ଚାହୁଁଛନ୍ତି। କାରଣ ସେ ଜାଣିଛନ୍ତି, ରୁଷିଆର ଯୁବତୀମାନେ ବହୁତ ସୁନ୍ଦର ଏବଂ ବହୁତ ସ୍ନେହ ଆଉ ଆଦର କରିଥାନ୍ତି। ତେଣୁ ସେ ରୁଷିଆ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଆମେରିକା ପରେ ଏବେ ଏହି ଦେଶ ଭାରତ ଉପରେ ଲଗାଇଲା ୫୦% ଟାରିଫ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ…

ନୂଆଦିଲ୍ଲୀ,୧୧।୧୨: ଡିସେମ୍ବର ୧୦ ତାରିଖରେ, ମେକ୍ସିକୋ ସିନେଟ ଏକ ବଡ଼ ବିଲ ପାସ କରିଛି। ଯାହା ଚାଇନା ଭାରତ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri