Categories: ଖେଳ

ପିତାଙ୍କ ହତ୍ୟାରେ ଭାଙ୍ଗି ପଡି ନ ଥିଲେ ବିଶ୍ୱର ନଂ ୧ ମହିଳା ରେସଲର୍‌

ଭାରତର ତାରକା ରେସଲର ଭିନେଶ ଫୋଗେଟ ମାଟିଓ ପାଲିକନ ର଼୍ୟାଙ୍କିଙ୍ଗ ରେସଲିଂ ସିରିଜରେ କ୍ରମାଗତ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ୨୬ ବର୍ଷୀୟା ଭିନେଶ ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାକୁ ଏବେ ଭିନେଶ ଲକ୍ଷ୍ୟ ରଖିଛନ୍ତି। ବିଶ୍ୱର ଏକ ନମ୍ବର ରେସଲର ହେବାକୁ ଭିନେଶଙ୍କ ଯାତ୍ରା ଆଦୌ ସହଜ ନ ଥିଲା। ପିଲାଦିନେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ଆହତ କାରଣରୁ ସେ ରିଓ ଅଲିମ୍ପିକ୍ସରୁ ମଧ୍ୟ ବାହାରେ ଥିଲେ। ଏହା ସତ୍ତେ୍‌ ସେ ଭାଙ୍ଗି ନ ଥିଲେ। କଠିନ ପରିଶ୍ରମ କରିଚାଲିଥିଲେ। ଯାହାର ଫଳାଫଳ ଆଜି ସମଗ୍ର ବିଶ୍ୱ ସାମ୍ନାରେ ଅଛି।
ଭିନେଶ ଫୋଗାଟ ଅଗଷ୍ଟ ୨୪, ୧୯୯୪ରେ ହରିୟାଣାର ଭିବାନୀ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ହେଉଛନ୍ତି ପ୍ରେମଲତା ଏବଂ ରାଜପାଲ ସିଂ ଫୋଗାଟ। ତାଙ୍କ ପିତା ମହାବୀର ସିଂ ଫୋଗାଟଙ୍କ ଭାଇ ଥିଲେ। କୁସ୍ତିଯୋଦ୍ଧା ବବିତା, ରିତୁ ଏବଂ ଗୀତା ସେମାନଙ୍କର ସମ୍ପର୍କୀୟ ଅଟନ୍ତି। ସେ ୨୦୧୩ରେ ଏସୀୟ ରେସଲିଂ ଚାମ୍ପିଅନସିପ ସହିତ ନିଜର କୁସ୍ତି କ୍ୟାରିଅର୍‌ ଆରମ୍ଭ କରିଥିଲେ।
ଭିନେଶ ଫୋଗାଟଙ୍କ ପାଇଁ ସବୁକିଛି ସହଜ ହୋଇନାହିଁ। ଯେତେବେଳେ ସେ ଏବଂ ତାଙ୍କ ଭଉଣୀ ସାନ ଥିଲେ, ସେତେବେଳେ ସେମାନଙ୍କ ପିତାଙ୍କୁ ଏକ ଜମି ବିବାଦରେ ହତ୍ୟା କରାଯାଇଥିଲା। ସେ ତାଙ୍କ ସମ୍ପର୍କୀୟମାନଙ୍କ ସହିତ କୁସ୍ତିର କୌଶଳ ଶିଖିଲେ। ରିଓ ଅଲିମ୍ପିକ୍ସରେ ଆଘାତ ଯୋଗୁ ତାଙ୍କର ସ୍ବପ୍ନ ଭାଙ୍ଗି ଯାଇଥିଲା। କିନ୍ତୁ ସୁସ୍ଥ ହୋଇ ଏସିଆନ ଗେମ୍ସରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ଏସୀୟ ଖେଳ ଇତିହାସରେ ପ୍ରଥମଥର ପାଇଁ ରେସଲିଂରେ ଭାରତ ସ୍ବର୍ଣ୍ଣ ଜିତିଥିଲା।

Share