ଦୁନିଆର ସବୁଠୁ କୋଟିପତି ଭିକାରୀ, ମୁମ୍ବାଇ-ପୁଣେରେ ରହିଛି ବିଳାସପୂର୍ଣ୍ଣ କୋଠା, ମୋଟ୍‌ ସମ୍ପତ୍ତି ଜାଣିଲେ…

ଭୋପାଳ,୧୬ା୨: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ପେଟକୁ ଦୁଇଓଳି ଦାନା ଯୋଗାଡ଼ କରି ନ ପାରି ଭିକ ମାଗି ଚଳିଥାନ୍ତି। କିଛି ଲୋକ ଭିକ ମାଗି ବି ଦୁନିଆରେ କୋଟିପତି ହୋଇପାରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

Richest beggar of world, Indian beggar, Indian beggar Bharat Jain, luxurious flat in mumbai, Assets of richest beggar Bharat, Bharat Jain, Indore latest news, bizarre news, OMG story, strange story, odd news, ajab gajab news, weird news, uncanny story, strange news, abnormal story, Beggar, Worlds Richest Beggar, India richest beggar, bharat jain, Worlds Richest Beggar bharat jain, bharat jain net worth, business news in hindi, दुनिया का सबसे अमीर भिखारी, भरत जैन है दुनिया का सबसे अमीर भिखारी, भरत जैन के मुंबई और पुणे में हैं फ्लैट्स, भरत जैन की कुल संपत्ति, देश का सबसे अमीर भिखारी, चौराहे पर मांगता है भीख

ଦୁନିଆର ସବୁଠାରୁ କୋଟିପତି ଭିକାରୀ ହେଉଛନ୍ତି ଭରତ ଜୈନ। ସେ ଛତ୍ରପତି ଶିବାଜୀ ଟର୍ମିନାସ ଏବଂ ମୁମ୍ବାଇର ଆଜାଦ ମଇଦାନରେ ଭିକ୍ଷାବୃତ୍ତି କରନ୍ତି। ଭରତଙ୍କର କୋଟି କୋଟି ଟଙ୍କାର ଘର ସହିତ ମୁମ୍ବାଇ ଏବଂ ପୁଣେରେ ଦୋକାନ ରହିଛି। କେବଳ ଏତିକି ନୁହେଁ, ତାଙ୍କ ପିଲାମାନେ କନ୍‌ଭେଟ ସ୍କୁଲରେ ଅଧ୍ୟୟନ ମଧ୍ୟ କରନ୍ତି। ସେ ନିଜେ ମୁମ୍ବାଇରେ ୧.୨୦କୋଟି ଟଙ୍କା ମୂଲ୍ୟର ଫ୍ଲାଟରେ ରୁହନ୍ତି। ସେ ଭିକ ମାଗି କୋଟି କୋଟି ଟଙ୍କାର ସମ୍ପତ୍ତି ସଂଗ୍ରହ କରିଛନ୍ତି। ଭିକ ମାଗିବା ସହ ସେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏତେ ଧନ ଅର୍ଜନ କରିବା ପରେ ମଧ୍ୟ ଭରତ ଭିକ ମାଗିବା ବନ୍ଦ କରି ନାହାନ୍ତି।

ତାଙ୍କ ପରିବାର ସଦସ୍ୟଙ୍କ ବାରମ୍ବାର ମନା କରିବା ସତ୍ତ୍ୱେ ଭରତ ଭିକ୍ଷା ଜାରି ରଖିଛନ୍ତି। ଭରତଙ୍କ ପରିବାରରେ ସ୍ତ୍ରୀ, ଦୁଇ ପୁଅ, ଭାଇ ଏବଂ ପିତା ଅଛନ୍ତି। ଭରତ ଭିକ୍ଷା କରି ପ୍ରତି ମାସକୁ ୭୫୦୦୦ ହଜାର ଟଙ୍କା ରୋଜଗାର କରନ୍ତି, ଅର୍ଥାତ୍‌ ତାଙ୍କର ହାରାହାରି ଦୈନିକ ରୋଜଗାର ୨୫୦୦ଟଙ୍କା। ଏଥି ସହିତ ତାଙ୍କର ବାର୍ଷିକ ଆୟ ହେଉଛି ୯ ଲକ୍ଷ ଟଙ୍କା। ଏହି ଆଧାରରେ ଏହା କୁହାଯାଇପାରେ ଯେ, ଭରତ ପ୍ରତିମାସରେ ଯେତିକି ଟଙ୍କା ରୋଜଗାର କରୁଛନ୍ତି, ଜଣେ ସାଧାରଣ ମଣିଷ ମଧ୍ୟ ଦୈନିକ ସେତିକି ରୋଜଗାର କରିପାରିବେ ନାହିଁ।

ଏକ ଆକଳନ ଅନୁଯାୟୀ, ଭାରତଙ୍କ ସମ୍ପତ୍ତି ମୂଲ୍ୟ ୮.୫୦କୋଟି ଟଙ୍କା। ଭିକ ମାଗିବା ଠାରୁ ମିଳିଥିବା ଆୟ ବ୍ୟତୀତ ଏହା ତାଙ୍କ ବ୍ୟବସାୟରୁ ଆୟ ମଧ୍ୟ ଅନ୍ତର୍ଭୁକ୍ତ କରେ। ଭରତଙ୍କର ପାରେଲରେ ୨ଟି ବେଡ୍‌ରୁମ୍‌, ହଲ, ରୋଷେଇ ଘର ଅଛି। ଏହା ବ୍ୟତୀତ ଥାନେରେ ତାଙ୍କର ଦୁଇଟି ଦୋକାନ ଅଛି। ସେଠାରେ ସେ ପ୍ରତି ମାସରେ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ପାଆନ୍ତି। ଏପରିକି ଜଣେ ଛୋଟ ଦୋକାନୀ ମଧ୍ୟ ଭରତଙ୍କ ପରି ସେତିକି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ନୁହନ୍ତି। ଭରତଙ୍କ ରୋଜଗାର ହେତୁ ତାଙ୍କ ପିଲାମାନଙ୍କର ଜୀବନଶୈଳୀ ବହୁତ ଭଲ।

मुंबई में मांगने वाले भरत जैन के पास करोड़ों रुपये की संपत्ति है.

ଥାନେରେ ଥିବା ଭରତଙ୍କ ଦୁଇଟି ଦୋକାନର ମୂଲ୍ୟ କୋଟି ଟଙ୍କା ବୋଲି କୁହାଯାଉଛି। ଭରତଙ୍କ ପରିବାର ମଧ୍ୟ ଏକ ଷ୍ଟେସନାରୀ ଷ୍ଟୋର୍‌ ଚଳାନ୍ତି, ଯାହା ପ୍ରତି ମାସରେ ବିପୁଳ ଆୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri